ବସ ଭିତରୁ ୫୦ କେଜି ରୂପା ସହିତ ଲକ୍ଷାଧିକ ଟଙ୍କା ଚୋରି
ଗଞ୍ଜାମ : ବସ ଭିତରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ସହିତ ୫ ଲକ୍ଷ ଟଙ୍କା ଲୁଟ I ଜାତୀୟ ରାଜପଥ -୧୬ ବ୍ରହ୍ମପୁର-ଭୁବନେଶ୍ବର ରାସ୍ତାର ଭେଜିପୁଟ ନିକଟରେ ଏକ ଯାତ୍ରୀବାହୀ ବସ୍ରୁ ଦୁର୍ବୃତ୍ତମାନେ ୫୦ କେଜି ରୁପା ଲୁଟି ନେଇଛନ୍ତି। ବ୍ରହ୍ମପୁର ଠାରୁ କଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ନାମକ ଏକ ଘରୋଇ ବସ୍ରୁ ଏହି ଲୁଟ୍ ହୋଇଛି। କଲିକତାର ମିଥୁନ ମଣ୍ଡଳ ନାମକ ଜଣେ ବ୍ୟବସାୟୀ ୫୦ କେଜି ରୁପା ଧରି ବସ୍ରେ କଲକାତା […]
ଗଞ୍ଜାମ : ବସ ଭିତରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ସହିତ ୫ ଲକ୍ଷ ଟଙ୍କା ଲୁଟ I ଜାତୀୟ ରାଜପଥ -୧୬ ବ୍ରହ୍ମପୁର-ଭୁବନେଶ୍ବର ରାସ୍ତାର ଭେଜିପୁଟ ନିକଟରେ ଏକ ଯାତ୍ରୀବାହୀ ବସ୍ରୁ ଦୁର୍ବୃତ୍ତମାନେ ୫୦ କେଜି ରୁପା ଲୁଟି ନେଇଛନ୍ତି। ବ୍ରହ୍ମପୁର ଠାରୁ କଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ନାମକ ଏକ ଘରୋଇ ବସ୍ରୁ ଏହି ଲୁଟ୍ ହୋଇଛି। କଲିକତାର ମିଥୁନ ମଣ୍ଡଳ ନାମକ ଜଣେ ବ୍ୟବସାୟୀ ୫୦ କେଜି ରୁପା ଧରି ବସ୍ରେ କଲକାତା ଯାଉଥିଲେ। ରାତି ପ୍ରାୟ ୧୦ଟା ୩୦ମିନିଟ ସମୟରେ ବସ୍ଟି ଜଳଖିଆ ଖାଇବା ପାଇଁ ଭେଜିପୁଟ ଠାରେ ଅଟକିଥିଲା। ଏହି ସମୟରେ ଏକ କାର୍ରେ ବସ୍ର ପିଛା କରୁଥିବା ୫ଜଣ ଯୁବକ ଭେଜିପୁଟଠାରେ ବସ୍ରେ ପ୍ରବେଶ କରି ବ୍ୟବସାୟୀଙ୍କଠାରୁ ଉକ୍ତ ରୁପା ଭର୍ତ୍ତି ଗହଣା ବ୍ୟାଗ ଧରି କାର୍ରେ ଚମ୍ପଟ ମାରିଥିଲେ। ଖବର ପାଇ ପୁଲିସ ଉକ୍ତ କାର୍ର ପିଛା କରିଥିଲା। ବସ୍ ଭିତରୁ ଏଭଳି ରୁପା ଲୁଟ୍ ଆଲୋଡନ ଖେଳାଇଦେଇଛି। ଖଲ୍ଲିକୋଟ ଓ ଭେଜିପୁଟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I




