ମେଜରଙ୍କୁ ମାଡ଼ ଘଟଣା,୫ ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର : ଭରତପୁର ଥାନାରେ ମେଜରଙ୍କୁ ମାଡ ଘଟଣାରେ ୫ ପୋଲିସ କର୍ମଚାରୀ ନିଲମ୍ବିତ। ୫ ପୋଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଜିପି । ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ର , ASI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ,ସାଗରିକା ରଥ ଏବଂ କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବନ କରାଯାଇଛି । ଭରତପୁର ଥାନା ଅଧିକାରୀ ଏବଂ ମହିଳା ଏଏସଆଇଙ୍କୁ ଭୁବନେଶ୍ଵର ଡିସିପି ଅଫିସକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ […]

Samaya Live Picture
Published On

ଭୁବନେଶ୍ୱର : ଭରତପୁର ଥାନାରେ ମେଜରଙ୍କୁ ମାଡ ଘଟଣାରେ ୫ ପୋଲିସ କର୍ମଚାରୀ ନିଲମ୍ବିତ। ୫ ପୋଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଜିପି । ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ର , ASI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ,ସାଗରିକା ରଥ ଏବଂ କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବନ କରାଯାଇଛି ।

ଭରତପୁର ଥାନା ଅଧିକାରୀ ଏବଂ ମହିଳା ଏଏସଆଇଙ୍କୁ ଭୁବନେଶ୍ଵର ଡିସିପି ଅଫିସକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଭାବରେ ଏବେ ନିଯୁକ୍ତି ମିଳିଛି। କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ପରେ ସେମାନଙ୍କୁ ଏବେ ବଦଳି କରାଯାଇଛି।

ସୂଚନାନୁସାରେ,ଗତ ୧୪ ତାରିଖ ରାତିରେ ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ କିଛି ଦୁର୍ବୁତ୍ତ ଅଶାଳୀନ ବ୍ୟବହାର କରିଥିଲେ I ଏହାକୁ ନେଇ ସେନାଧିକାରୀ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ। ତେବେ ସେଠାରେ ପୋଲିସ ଅଭିଯୋଗ ରଖିବା ବଦଳରେ ତାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାର ଏବେ କ୍ରାଇମବ୍ରାଞ୍ଚ ଖୋଳତାଡ କରୁଛି।

Tags: