ବିଷାକ୍ତ ମଦ ପି’ ଅସୁସ୍ଥ ଘଟଣାରେ ,୫ ଗିରଫ
ବ୍ରହ୍ମପୁର : ବିଷାକ୍ତ ଦେଶୀ ମଦ ପିଇ ୨୦ ଜଣ ଅସୁସ୍ଥ ହେବା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ମାଉଁଦପୁର ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ୫୫ ଲିଟର ଦେଶୀ ମଦ ଜବତ କରିବା ସହ ଘଟଣାରେ ଜଡିତ ୫ ଜଣଙ୍କୁ ଗିରଫ କରିଛି । ସୋମବାର ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଚିକିଟି, କରବାଲୁଆ, ଜେନାପୁର ଅଞ୍ଚଳରେ ବିଷାକ୍ତ ମଦ ପିଇ […]
ବ୍ରହ୍ମପୁର : ବିଷାକ୍ତ ଦେଶୀ ମଦ ପିଇ ୨୦ ଜଣ ଅସୁସ୍ଥ ହେବା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ମାଉଁଦପୁର ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ୫୫ ଲିଟର ଦେଶୀ ମଦ ଜବତ କରିବା ସହ ଘଟଣାରେ ଜଡିତ ୫ ଜଣଙ୍କୁ ଗିରଫ କରିଛି । ସୋମବାର ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଚିକିଟି, କରବାଲୁଆ, ଜେନାପୁର ଅଞ୍ଚଳରେ ବିଷାକ୍ତ ମଦ ପିଇ ୨୧ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ପରେ ୧୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା କରୁଛନ୍ତି। ସେହିପରି ଜେନାପୁର ଗାଁର ପୁଣି ୫ଜଣ ବିଷାକ୍ତ ମଦ ପି’ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଅବକାରୀ କମିଶନର ନରସିଂହ ଭୋଳ ଏମକେସିଜି ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ମାଉଁଦପୁର ଗାଁରେ ପହଞ୍ଚିଥିବା ଜଣାପଡିଛି।
ଅନ୍ୟପଟେ ବିଷାକ୍ତ ମଦ କାରବାର ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।




