ସରକାରୀ ଅର୍ଥ ହଡପ ମାମଲାରେ ୫ ଜଣଙ୍କୁ କାରାଦଣ୍ଡାଦେଶ
ମୟୁରଭଞ୍ଜ : ସରକାରୀ ଅର୍ଥ ହଡ଼ପ ମାମଲାରେ ୫ଜଣଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଏହାସହ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦେଶ ହୋଇଛି I ବାରିପଦାର ସ୍ୱତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଏକ ସରକାରୀ ଅର୍ଥ ହଡ଼ପ ମାମଲାର ରାୟ ପ୍ରକାଶ ପାଇଛି । ସ୍ୱତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ମାମଲାର ଶୁଣାଣି କରି ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ୩ବର୍ଷର କାରାଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି । […]
ମୟୁରଭଞ୍ଜ : ସରକାରୀ ଅର୍ଥ ହଡ଼ପ ମାମଲାରେ ୫ଜଣଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଏହାସହ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦେଶ ହୋଇଛି I ବାରିପଦାର ସ୍ୱତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଏକ ସରକାରୀ ଅର୍ଥ ହଡ଼ପ ମାମଲାର ରାୟ ପ୍ରକାଶ ପାଇଛି । ସ୍ୱତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ମାମଲାର ଶୁଣାଣି କରି ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ୩ବର୍ଷର କାରାଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ସିଦ୍ଧେଶ୍ୱର ବାରିକ, ମୁକୁନ୍ଦ ପ୍ରସାଦ ଦାସ, ହରିହର ଦାସ, ଅଶୋକ କୁମାର ମହାପାତ୍ର ଓ ବେଣୁଧର ନାଥ ।
ସୂଚନା ଅନୁସାରେ, ୨୦୦୮ ମସିହାରେ ବୈଶିଙ୍ଗା ଲ୍ୟାମ୍ପ୍ସରେ ଚାଷୀଙ୍କ ନିମନ୍ତେ ଡିଡବ୍ଲୁଓ ଡିଆର୍ ଯୋଜନାରେ ଋଣ ପ୍ରଦାନ କରାଯାଇଥିଲା । ଋଣ ନେବାକୁ ଥିବା ଚାଷୀଙ୍କ ନାମ ତାଲିକା ପ୍ରକାଶ କରି ବାରିପଦା ସ୍ଥିତ ମୟୂରଭଞ୍ଜ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ (ଏମସିସିବି)କୁ ପଠାଇଥିଲେ । ଏଥିପାଇଁ ବାରିପଦା ସ୍ଥିତ ମୟୂରଭଞ୍ଜ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କକୁ ୧୬୦୦ରୁ ଅଧିକ ଚାଷୀଙ୍କ ତାଲିକା ପଠାଇଥିଲେ । ବୈଶିଙ୍ଗା ଲ୍ୟାମ୍ପ୍ସର ଏମଡି ସିଦ୍ଧେଶ୍ୱର ବାରିକ ଉକ୍ତ ଚାଷୀଙ୍କୁ ୧କୋଟି ୮୨ଲକ୍ଷ ୪୬ହଜାର ୨୯୫ଟଙ୍କା ଋଣ ପ୍ରଦାନର ଅନୁମୋଦନ ପାଇଁ ବେତନଟୀ ଓ ବାରିପଦା ଏମସିସିବିକୁ ପ୍ରସ୍ତାବ ପଠାଇଥିଲେ ।
ବୈଶିଙ୍ଗା ଲ୍ୟାମ୍ପ୍ସର ମୁୁକୁନ୍ଦ ପ୍ରସାଦ ଦାସ, ପାଟଳିପୁରା ଲ୍ୟାମ୍ପ୍ସର ମ୍ୟାନେଜର ହରିହର ଦାସ, ଗଡଦେଉଳିଆ ଲ୍ୟାମ୍ପ୍ସର ବେଣୁଧର ନାଥ, ପୁରୁଣିଆ ଲ୍ୟାମ୍ପ୍ସର ମ୍ୟାନେଜର ଅଶୋକ କୁମାର ମହାପାତ୍ର ମୋଟ ୧୬୦୮ଜଣ ଚାଷୀଙ୍କ ନାମ ଅନୁମୋଦନ ପାଇଁ ବେତନଟୀ ଏମସିସିବିକୁ ପଠାଇଥିଲେ । ବୈଶିଙ୍ଗା ଲ୍ୟାମ୍ପ୍ସର ଏମଡି ସିଦ୍ଧେଶ୍ୱର ବାରିକ ଉକ୍ତ ଚାଷୀଙ୍କୁ ୧କୋଟି ୮୨ଲକ୍ଷ ୪୬ହଜାର ୨୯୫ଟଙ୍କା ଋଣ ପ୍ରଦାନ କରିବାକୁ ପ୍ରସ୍ତାବ ବେତନଟୀ ଓ ବାରିପଦା ଏମସିସିବିକୁ ଅନୁମୋଦନ ପାଇଁ ପଠାଇଥିଲେ। ସମସ୍ତ ଟଙ୍କା ଅନୁମୋଦନ ହେବା ପରେ ଉକ୍ତ ଲ୍ୟାମ୍ପ୍ସରେ ବେଆଇନ ଭାବେ ୧୭୫ଜଣଙ୍କୁ ୧୦ଲକ୍ଷ ୬୪ହଜାର ୧୨ଟଙ୍କା ପ୍ରଦାନ କରାଯାଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।
ତେବେ ସମସ୍ତ ଟଙ୍କା ଅନୁମୋଦନ ହେବା ପରେ ବେଆଇନ ଭାବେ ୧୭୫ଜଣଙ୍କୁ ୧୦ଲକ୍ଷ ୬୪ହଜାର ୧୨ଟଙ୍କା ପ୍ରଦାନ କରାଯାଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି । ଏହି ଘଟଣାରେ ଜଡିତ ଥିବା ବେତନଟୀ ଏମସିସିବି ଶାଖା ମ୍ୟାନେଜର ଶରତ ଚନ୍ଦ୍ର ପରିଡାଙ୍କ ମୃତ୍ୟୁ ହୋଇଛି ।




