ହତ୍ୟା ମାମଲାରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
ବ୍ରହ୍ମପୁର : ନରହତ୍ୟା ମାମଲାରେ ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ I ଏଥିସହ ପ୍ରତ୍ୟକ ଅଭିଯୁକ୍ତଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ଜୋରିମାନା ଶୁଣାଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଦୌରା ଜିଲ୍ଲାଜଜ୍-୧ଙ୍କ କୋର୍ଟ। ୨୦୧୩ରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର ଗାଁରେ ଘଟିଥିବା ଏକ ଡବଲ ମର୍ଡର ମାମଲାରେ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୧୮ ମାସ ଜେଲ ଦଣ୍ଡାଦେଶ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପିପି […]
ବ୍ରହ୍ମପୁର : ନରହତ୍ୟା ମାମଲାରେ ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ I ଏଥିସହ ପ୍ରତ୍ୟକ ଅଭିଯୁକ୍ତଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ଜୋରିମାନା ଶୁଣାଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଦୌରା ଜିଲ୍ଲାଜଜ୍-୧ଙ୍କ କୋର୍ଟ। ୨୦୧୩ରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର ଗାଁରେ ଘଟିଥିବା ଏକ ଡବଲ ମର୍ଡର ମାମଲାରେ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୧୮ ମାସ ଜେଲ ଦଣ୍ଡାଦେଶ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପିପି ସୌଭାଗ୍ୟ ମିଶ୍ର I
ଆଜୀବନ କାରାଦଣ୍ଡାଦେଶ ପାଇଥିବା ଦୋଷୀମାନେ ହେଉଛନ୍ତି- ଭଗବାନ ସ୍ୱାଇଁ, ସରୋଜ ସ୍ୱାଇଁ, ଅମିନ ସ୍ୱାଇଁ, କାର୍ତ୍ତିକ ସ୍ୱାଇଁ ଓ ଧନୁ ସ୍ୱାଇଁ।
ଘଟନାନୁସାରେ, ଧନୁ ସ୍ୱାଇଁ ଏବଂ ଗୋଲା ସ୍ୱାଇଁ ଦୁଇ ପଡୋଶୀ I ଉଭୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା I ୨୦୧୩ ଡିସେମ୍ବର ୨୮ ତାରିଖରେ ଗୋଲା ସ୍ୱାଇଁ,ସ୍ତ୍ରୀ ମାୟା ସ୍ୱାଇଁ,ଏବଂ ପୁଅ ରାଜୀବ ସ୍ୱାଇଁ ଜଗନ୍ନାଥ ପୁର ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିଲେ I ଏହି ସମୟରେ ପୋଖରୀ ନିକଟରେ ଗୋଲା ସ୍ୱାଇଁ ଓ ତାଙ୍କ ପୁଅ ରାଜୀବ ସ୍ୱାଇଁଙ୍କୁ ଧନୁ ସ୍ୱାଇଁ ଏବଂ ଅନ୍ୟ ଅଭିଯୁକ୍ତମାନେ ଖଣ୍ଡା ଓ କାତି ସାହାଯ୍ୟରେ ହାଣି ଦେଇଥିଲେ I ବାପ,ପୁଅଙ୍କୁ ଆକ୍ରମଣ କରାଯାଉଥିବା ଦେଖି ଗାଧୁଆ ତୁଠରୁ ମା,ମାୟା ସ୍ୱାଇଁ ଧାଇଁ ଆସି ଅଟକାଇବାକୁ ଚେଷ୍ଟା କରିବାରୁ ଖଣ୍ଡା ଚୋଟରେ ତାଙ୍କ ହାତ କଟି ଯାଇଥିଲା I ଘଟଣାସ୍ଥଳରୁ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ଡାକ୍ତରଖାନା ରେ ବାପ ଓ ପୁଅଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର I ଏହି ଘଟଣାରେ ଗୋଲା ସ୍ୱାଇଁଙ୍କ ଅନ୍ୟ ଏକ ପୁଅ ପଞ୍ଚୁ ସ୍ୱାଇଁ ପାଟପୁର ଥାନାରେ ଏତଲା ଦେଇଥିଲେ I ପାଟପୁର ଥାନା ପୁଲିସ୍ ଅନୁସନ୍ଧାନ କରି ୮ ଜଣଙ୍କୁ ଗିରଫ କରିଥିଲା।
ଦୀର୍ଘ ୧୧ ବର୍ଷ ପରେ ଏହି ମାମଲାରେ ରାୟ ପ୍ରକାଶ ପାଇଛି।୧୯ ଜଣ ସାକ୍ଷୀଙ୍କ ବୟାନ ତଥା ଅନ୍ୟାନ୍ୟ ତଥ୍ୟ,ପ୍ରମାଣ ଆଧାରରେ କୋର୍ଟ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଉ ୩ ଜଣଙ୍କୁ ନିର୍ଦ୍ଦୋଷରେ କୋର୍ଟ ଖଲାସ କରିଥିଲେ।




