ସୂର୍ଯ୍ୟ ନଗରରେ ଆଇଟି ରେଡ,କାର ରୁ ମିଳିଲା ୫ କୋଟି
ଭୁବନେଶ୍ୱର : ଭୁବନେଶ୍ୱର ସୂର୍ଯ୍ୟ ନଗରରେ ଇନକମ ଟ୍ୟାକ୍ସ ରେଡ I କାର ଭିତରୁ ଜବତ ହେଲା ୫ କୋଟି ଟଙ୍କା I ଏକ ଫର୍ଚୁନର କାର୍ ଭିତରୁ ୩ଟି ବଡ଼ କଳା ବ୍ୟାଗରେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଜବତ କଲା ଆୟକର ବିଭାଗ I ଯାଜପୁର ଅଞ୍ଚଳର ଜଣେ କଣ୍ଟ୍ରାକଟର ଙ୍କ ନିକଟରୁ ଜବତ ହୋଇଛି ଏହି ଟଙ୍କା I କଣ୍ଟ୍ରାକଟରଙ୍କ ନାଁ ନିହାର ରଞ୍ଜନ ମାନ୍ଧାତା ବୋଲି ଜଣା ପଡିଛି I […]
ଭୁବନେଶ୍ୱର : ଭୁବନେଶ୍ୱର ସୂର୍ଯ୍ୟ ନଗରରେ ଇନକମ ଟ୍ୟାକ୍ସ ରେଡ I କାର ଭିତରୁ ଜବତ ହେଲା ୫ କୋଟି ଟଙ୍କା I ଏକ ଫର୍ଚୁନର କାର୍ ଭିତରୁ ୩ଟି ବଡ଼ କଳା ବ୍ୟାଗରେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଜବତ କଲା ଆୟକର ବିଭାଗ I ଯାଜପୁର ଅଞ୍ଚଳର ଜଣେ କଣ୍ଟ୍ରାକଟର ଙ୍କ ନିକଟରୁ ଜବତ ହୋଇଛି ଏହି ଟଙ୍କା I କଣ୍ଟ୍ରାକଟରଙ୍କ ନାଁ ନିହାର ରଞ୍ଜନ ମାନ୍ଧାତା ବୋଲି ଜଣା ପଡିଛି I ତେବେ ଏତେ ଟଙ୍କା କେଉଁଠୁ ଆସିଲା ଏବଂ ଏହା କୁଆଡେ ଯାଉଥିଲା ଏନେଇ କୌଣସି ସଠିକ ତଥ୍ୟନେଇ ଆୟକର ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ମିଳିନାହିଁ। ଟଙ୍କା ଜବତ ପରେ କଣ୍ଟ୍ରାକଟର ନିହାର ରଞ୍ଜନଙ୍କ ଯାଜପୁର ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି I
ସୂଚନାନୁସାରେ,ସୋମବାର ବିଳମ୍ୱିତ ରାତିରେ ରାଜଧାନୀର ଭୁବନେଶ୍ୱରର ସୂର୍ଯ୍ୟନଜର ଏଲ୍ଆଇସି ଅଫିସ୍ ପାଖରେ କାର୍ରେ ଟଙ୍କା ଥିବା ନେଇ ଆୟକର ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ଚଢ଼ଉ ସମୟରେ କାର ଭିତରେ ୩ଟି ବଡ଼ କଳା ବ୍ୟାଗରେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଥିବା ଦେଖିବାକୁ ପାଇଥିଲା। ପରେ ଟଙ୍କା ସମ୍ପର୍କରେ କାର୍ ଭିତରେ ବ୍ୟକ୍ତିଙ୍କୁ ପଚାରିଥିଲା। ହେଲେ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନପାରିବାରୁ ଆୟକର ବିଭାଗ ଟଙ୍କା ସହ କାର୍କୁ ଜବତ କରିଛି ଆୟକର ବିଭାଗ । ବର୍ତ୍ତମାନ ସୁଦ୍ଧା ଜବତ ଟଙ୍କା ନିକଟସ୍ଥ ଏସବିଆଇ ବ୍ୟାଙ୍କରେ ଗଣତି ଚାଲିଥିବା ଜଣା ପଡିଛି I




