ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ ଘଟଣାରେ ୫ ଗିରଫ

ଭୁବନେଶ୍ୱର : ଅଶାନ୍ତ ହେଉଛି ଭଦ୍ରକ ରାଜନୀତି I ଗତକାଲି ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ହୋଇଛି I ଦୁର୍ବୁତଙ୍କ ଆକ୍ରମରେ ତାଙ୍କ ମୁଣ୍ଡ ଫାଟିବା ସହ କାରର କାଚ ଭାଙ୍ଗିଥିବା ସୂଚନା ମିଳିଛି I ଏହି ଘଟଣା ଥାନାରେ ଅଭିଯୋଗ ପରେ ୫ ଜଣଙ୍କୁ ଗିରଫ କରିଛି ବାଂଶଡା ଥାନା ପୋଲିସ I ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାରର ଶେ‌ଷ ଦିନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାନକୁଟା ଗାଁରେ ପ୍ରଚାରରୁ […]

Samaya Live Picture
Published On

ଭୁବନେଶ୍ୱର : ଅଶାନ୍ତ ହେଉଛି ଭଦ୍ରକ ରାଜନୀତି I ଗତକାଲି ଭଦ୍ରକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ହୋଇଛି I ଦୁର୍ବୁତଙ୍କ ଆକ୍ରମରେ ତାଙ୍କ ମୁଣ୍ଡ ଫାଟିବା ସହ କାରର କାଚ ଭାଙ୍ଗିଥିବା ସୂଚନା ମିଳିଛି I ଏହି ଘଟଣା ଥାନାରେ ଅଭିଯୋଗ ପରେ ୫ ଜଣଙ୍କୁ ଗିରଫ କରିଛି ବାଂଶଡା ଥାନା ପୋଲିସ I

ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାରର ଶେ‌ଷ ଦିନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାନକୁଟା ଗାଁରେ ପ୍ରଚାରରୁ ଫେରିଲା ବେଳେ ୨୦ରୁ ଅଧିକ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଥିଲେ। ‌ଏହି ଆକ୍ରମଣରେ ଶହେରୁ ଅଧିକ ବିଜେଡି କର୍ମୀଙ୍କ ସମ୍ପୃକ୍ତି ଥିବା ଅଭି‌ଯୋଗ କରି ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି କର୍ମୀମାନେ ଧାମରା-ବାସୁଦେବପୁର ରାସ୍ତା ଅବରୋଧ କରିଥିଲେ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଅନ୍ୟପଟେ ଏହି ଘଟଣାରେ ବିଜେଡି ପ୍ରତିକ୍ରିୟା ଦେଇ କହିଛି ନିର୍ବାଚନ ପ୍ରଚାର ଶେଷ ହେବାପରେ ସନ୍ଧ୍ୟାବେଳେ ବିଜେପି ପକ୍ଷରୁ ଅନ୍ଧାରି ବିଜେ ହୋଇଥିଲା I ସ୍ଥାନୀୟ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର କରଞ୍ଜମାଳ ପଞ୍ଚାୟତରେ ଲୋକଙ୍କୁ ଟଙ୍କା ବାଣ୍ଟି ଆକ୍ରୋଶର ଶିକାର ହୋଇଛନ୍ତି ଅଭିଳାଷ ପଣ୍ଡା । ଭୋଟରମାନଙ୍କୁ ଟଙ୍କା ବାଣ୍ଟିବାକୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା ଓ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀ। ଏଥିରେ ଉତକ୍ଷିପ୍ତ ହୋଇ ଅଭିଳାଷ ପଣ୍ଡା ଓ ତାଙ୍କ ସହଯୋଗୀ ବିଜେଡି କର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ବିଜେପି କର୍ମୀ ଆଖିବୁଜା ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଏଥିରେ ବିଜେଡି ନେତା ରମେଶ ନାୟକ ଓ ତାଙ୍କ ଭାଇ ଅକ୍ଷୟ ନାୟକ ଗୁରୁତର ଆହତ ହୋଇ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ବାଂଶଡା ପୋଲିସ ପହଞ୍ଚି ତଦନ୍ତ ଚାଲୁ ରଖିଛି।

Tags: