ରାସ୍ତା ମଝିରୁ ଯୁବତୀଙ୍କୁ ଅପହରଣ କରି ୫ ଗିରଫ
ଆଠଗଡ଼ : ଯୁବତୀଙ୍କୁ ଅପହରଣ କରି ଧରାପଡ଼ିଲେ ଯୁବକ I ଆଠଗଡ଼ ମୁଣ୍ଡଳୀ ରାସ୍ତା ଛତାବର ନନା ହୋଟେଲ ନିକଟରୁ ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଏକ ଡ଼ିଜାୟର କାର ରେ ଅପହରଣ କରି ନେଉଥିବା ବାରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା I ଅଭିଯୋଗ ପାଇ ବାରଙ୍ଗ ପୋଲିସ ରାସ୍ତା ବ୍ଲକିଂ କରି ଚେକିଂ ଆରମ୍ଭ କରିଥିଲା। ଏହି ସମୟରେ ଆଠଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍କୁ ପୋଲିସ ଅଟକାଇ ଯୁବତୀଙ୍କୁ ଉଦ୍ଧାର […]
ଆଠଗଡ଼ : ଯୁବତୀଙ୍କୁ ଅପହରଣ କରି ଧରାପଡ଼ିଲେ ଯୁବକ I ଆଠଗଡ଼ ମୁଣ୍ଡଳୀ ରାସ୍ତା ଛତାବର ନନା ହୋଟେଲ ନିକଟରୁ ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଏକ ଡ଼ିଜାୟର କାର ରେ ଅପହରଣ କରି ନେଉଥିବା ବାରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା I
ଅଭିଯୋଗ ପାଇ ବାରଙ୍ଗ ପୋଲିସ ରାସ୍ତା ବ୍ଲକିଂ କରି ଚେକିଂ ଆରମ୍ଭ କରିଥିଲା। ଏହି ସମୟରେ ଆଠଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍କୁ ପୋଲିସ ଅଟକାଇ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୫ ଜଣ ଯୁବକଙ୍କୁ କାବୁ କରି ଥାନାକୁ ଆଣିଥିଲେ I
ଘଟନାନୁସାରେ,ଯୁବତୀ ଜଣଙ୍କ ନିଜ ସ୍କୁଟିରେ ଯାଉଥିବା ସମୟରେ ଆଠଗଡ଼ ମୁଣ୍ଡଳୀ ରାସ୍ତା ନିଛାଟିଆ ସ୍ଥାନ ଭାଇନା ହୋଟେଲ ପାଖରେ ଜଣେ ଯୁବକ ତାଙ୍କୁ ବାଇକ୍ରେ ଆସି ସାଇଟ୍ ମାରିଥିଲେ । ଯୁବତୀ ଜଣକ ରାସ୍ତା ଉପରେ ପଡିଯିବା ମାତ୍ରେ ୪ ଜଣ ଯୁବକ ଡିଜାଏର୍ରେ ଆସି ଯୁବତୀଙ୍କୁ ଆଠଗଡ଼ ଆଡ଼କୁ ନେଇ ଚାଲିଯାଇଥିଲେ ।
ଅପହରଣ ସମୟରେ ଯୁବତୀ ଜଣଙ୍କ କାନ୍ଦି କାନ୍ଦି ବଞ୍ଚାଅ ବୋଲି ଚିତ୍କାର କରୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ରାସ୍ତା ଉପରୁ ଯୁବତୀଙ୍କ ସ୍କୁଟି ଜବତ ହୋଇଛି । ସ୍କୁଟିଟି ଢ଼େଙ୍କାନାଳ ଅଞ୍ଚଳର ଅନୁପ ପଟ୍ଟନାୟକ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଅପହରଣର ପ୍ରକୃତ କାରଣ ଜଣା ପଡି ନଥିଲେ ମଧ୍ୟ,ଯୁବକ ମାନଙ୍କୁ ଅଟକ ରଖି ପୋଲିସ ଜେରା କରୁଛି I




