ବ୍ୟବସାୟୀଙ୍କୁ ଲୁଟ, ୪ ୱେବ ସାମ୍ବାଦିକ ଗିରଫ
ଭବାନୀପାଟଣା : ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାରେ ୫ ଗିରଫ । ଗତ ୨ ତାରିଖରେ ଏହି ଘଟଣା ଘଟିଥିଲା । ଲୁଟ୍ ଘଟଣାରେ ଗିରଫ ୫ ଜଣଙ୍କ ମଧ୍ୟରୁ ୪ ଜଣ ୱେବ ସାମ୍ବାଦିକ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ଆଉ ଜଣେ ଫେରାର ରହିଛି । ଗତ ୨ ତାରିଖ ଦିନ ଭବାନୀପାଟଣା କୃଷି ବିଜ୍ଞାନ କେନ୍ଦ୍ର ନିକଟରେ କାରରେ ଯାଉଥିବା କଣ୍ଟାବାଞ୍ଜିର ଜଣେ ବ୍ୟବସାୟୀଙ୍କୁ ପୋଲିସ ଡାକୁଥିବା କହି ଅଟକାଇଥିଲେ […]
ଭବାନୀପାଟଣା : ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାରେ ୫ ଗିରଫ । ଗତ ୨ ତାରିଖରେ ଏହି ଘଟଣା ଘଟିଥିଲା । ଲୁଟ୍ ଘଟଣାରେ ଗିରଫ ୫ ଜଣଙ୍କ ମଧ୍ୟରୁ ୪ ଜଣ ୱେବ ସାମ୍ବାଦିକ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ଆଉ ଜଣେ ଫେରାର ରହିଛି । ଗତ ୨ ତାରିଖ ଦିନ ଭବାନୀପାଟଣା କୃଷି ବିଜ୍ଞାନ କେନ୍ଦ୍ର ନିକଟରେ କାରରେ ଯାଉଥିବା କଣ୍ଟାବାଞ୍ଜିର ଜଣେ ବ୍ୟବସାୟୀଙ୍କୁ ପୋଲିସ ଡାକୁଥିବା କହି ଅଟକାଇଥିଲେ । ବ୍ୟବସାୟୀ ଜଣକ ଅଟକିବାରୁ ତାଙ୍କୁ ଭୟ ଦେଖାଇ ଗାଡି ଭିତରେ ଥିବା ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରିଥିଲେ। ଏନେଇ ଗାଡି ମାଲିକ ସଦର ଥାନାରେ ଅଭିଯୋଗ କରିଥିଲେ ।
ସଇଁନ୍ତଲା ପୁଲିସ ଘଟଣାର ତଦନ୍ତ କରି ବେଲଗାଁ ନିକଟରୁ ୫ ଜଣଙ୍କୁ ଧରିଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି । ତେବେ ଧରାପଡିଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ୱେବ୍ ପୋର୍ଟାଲରେ କାମ କରୁଥିବା ଜଣାପଡିଛି। ଘଟଣାରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ।




