ପୁରୀରୁ ବିପୁଳ ପରିମାଣର ବ୍ରାଉନ ସୁଗାର ସହ ୪ ବେପାରୀ ଗିରଫ

ପୁରୀ : ପୁରୀରୁ ୪ ଜଣ ଆନ୍ତଃ ଜିଲ୍ଲା ବ୍ରାଉନ ସୁଗାର ବେପାରୀ ଗିରଫ I ପୁରୀ ଲୋକନାଥ ମନ୍ଦିର ପାଖ ଗଦାଧର ହାଇସ୍କୁଲ ନିକଟରେ ବ୍ରାଉନସୁାଗର ବିକ୍ରି ଚାଲିଥିବାବେଳେ ୪ ଜଣ ଆନ୍ତଃଜିଲ୍ଲା ବେପାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୫୮୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ବଜାର ମୂଲ୍ୟ ୫୫ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଏଥିସହ ବେପାରୀଙ୍କ ଠାରୁ ନଗଦ ୭ ଲକ୍ଷ ୩୨ […]

ପୁରୀରୁ ବିପୁଳ ପରିମାଣର ବ୍ରାଉନ ସୁଗାର ସହ ୪ ବେପାରୀ ଗିରଫ
Samaya Live Picture
Published On

ପୁରୀ : ପୁରୀରୁ ୪ ଜଣ ଆନ୍ତଃ ଜିଲ୍ଲା ବ୍ରାଉନ ସୁଗାର ବେପାରୀ ଗିରଫ I ପୁରୀ ଲୋକନାଥ ମନ୍ଦିର ପାଖ ଗଦାଧର ହାଇସ୍କୁଲ ନିକଟରେ ବ୍ରାଉନସୁାଗର ବିକ୍ରି ଚାଲିଥିବାବେଳେ ୪ ଜଣ ଆନ୍ତଃଜିଲ୍ଲା ବେପାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୫୮୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ବଜାର ମୂଲ୍ୟ ୫୫ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଏଥିସହ ବେପାରୀଙ୍କ ଠାରୁ ନଗଦ ୭ ଲକ୍ଷ ୩୨ ହଜାର ଟଙ୍କା,ଗୋଟିଏ ଦେଶୀ ବନ୍ଧୁକ, ୪ଟି ଗୁଳି,୯ଟି ଫୋନ୍‌,ଗୋଟିଏ ୪ ଚକିଆ ଯାନ,ବାଇକ ଓ ବୁଲେଟ୍‌ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ କଣାସ ଥାନା କେଶରପୁର ଗାଁର ସୁମନ୍ତ ସୁନ୍ଦରା, ଜଳେଶ୍ବର ରାଜପୁର ଗାଁର ଏସ୍.କେ ସୁବେଦ, ଜଟଣୀର ଏସ୍.କେ ଇମତିଆଜ୍ ଓ ସତ୍ୟଜିତ ଦାସ।

Tags: