ସନ୍ଦୀପ ଘୋଷଙ୍କ ସହ ୪ ଜଣଙ୍କର ହେବ ପଲିଗ୍ରାଫ ଟେଷ୍ଟ

କୋଲକତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆର ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମେତ ୪ ଡାକ୍ତରଙ୍କର ହେବ ପଲିଗ୍ରାଫ ଟେଷ୍ଟ । ଏଥିପାଇଁ କୋଲକାତାର ସ୍ୱତନ୍ତ୍ର କୋର୍ଟ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅନୁମତି ପ୍ରଦାନ କରିଛନ୍ତି। ଗୁରୁବାର ସିବିଆଇ ସମସ୍ତ ୫ ଅଭିଯୁକ୍ତଙ୍କର ପଲିଗ୍ରାଫ ପରୀକ୍ଷା କରିବା ଲାଗି କୋର୍ଟରେ ଆବେଦନ କରିଥିଲା । କାରଣ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ […]

Samaya Live Picture
Published On

କୋଲକତା : କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆର ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମେତ ୪ ଡାକ୍ତରଙ୍କର ହେବ ପଲିଗ୍ରାଫ ଟେଷ୍ଟ । ଏଥିପାଇଁ କୋଲକାତାର ସ୍ୱତନ୍ତ୍ର କୋର୍ଟ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅନୁମତି ପ୍ରଦାନ କରିଛନ୍ତି।

ଗୁରୁବାର ସିବିଆଇ ସମସ୍ତ ୫ ଅଭିଯୁକ୍ତଙ୍କର ପଲିଗ୍ରାଫ ପରୀକ୍ଷା କରିବା ଲାଗି କୋର୍ଟରେ ଆବେଦନ କରିଥିଲା । କାରଣ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ଅନ୍ୟ ୪ ଡାକ୍ତରଙ୍କୁ ଜେରା ବେଳେ ସେମାନଙ୍କ ବୟାନରେ ତାଳମେଳ ରହୁନଥିଲା । ୮ ଅଗଷ୍ଟ ମଧ୍ୟ ରାତ୍ରିରେ ଯାହା ସବୁ ଘଟିଥିଲା ସେ ବିଷୟରେ ସିବିଆଇ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଜେରା କରାଯାଇଥିଲା। କାରଣ ୮ ତାରିଖ ରାତିରେ ମହିଳା ଡାକ୍ତର ଜଣଙ୍କ ଡ୍ୟୁଟି କରୁଥିବା ବେଳେ ୯ ତାରିଖ ସକାଳେ ତାଙ୍କ ମୃତଦେହ ମିଳିଥିଲା । ଘଟଣା ଦିନ ରାତିରେ ପୂର୍ବତନ ଅଧ୍ୟକ୍ଷ ଘୋଷଙ୍କ ସହିତ ଉକ୍ତ ୪ ଡାକ୍ତର ଡ୍ୟୁଟିରେ ଥିଲେ। ଏହା ସହିତ ପୀଡ଼ିତା ଉକ୍ତ ରାତିରେ ଏହି ୫ ଜଣଙ୍କ ସହିତ ମିଶି ସାନ୍ଧ୍ୟ ଭୋଜନ କରିଥିଲେ। ତେଣୁ ସେମାନଙ୍କ ମନ୍ତବ୍ୟରେ ସତ୍ୟତା ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ସିବିଆଇ ସେମାନଙ୍କର ପଲିଗ୍ରାଫ ପରୀକ୍ଷା କରିବାକୁ କୋର୍ଟରେ ଆବେଦନ କରିଥିଲା।

Tags: