ରାଜଧାନୀରୁ ଧରାପଡିଲେ ୪ ଆନ୍ତଃ ଜିଲ୍ଲା ଲୁଟେରା

ଭୁବନେଶ୍ୱର : ରାଜଧାନୀରେ ପୁଲିସକୁ ମିଳିଛି ଏକ ବଡ ସଫଳତା। କମିଶନରେଟ ପୋଲିସ କବ୍ଜାରେ ୪ ଆନ୍ତଃ ଜିଲା ଛିନତାଇ ଲୁଟେରା ଗ୍ୟାଙ୍ଗ ଧରାପଡିଛନ୍ତି। ସେମାନଙ୍କ ନିକଟରୁ ୪୦୦ ଗ୍ରାମ ଓଜୋନର ୩୦ଟି ସୁନା ଚେନ ସହ ୩ ଟି ବାଇକ ଜବତ ହୋଇଛି I ଗ୍ୟାଙ୍ଗର ୪ ସଦସ୍ୟ ଗିରଫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ନୟାଗଡର। ଏନେଇ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି। […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ପୁଲିସକୁ ମିଳିଛି ଏକ ବଡ ସଫଳତା। କମିଶନରେଟ ପୋଲିସ କବ୍ଜାରେ ୪ ଆନ୍ତଃ ଜିଲା ଛିନତାଇ ଲୁଟେରା ଗ୍ୟାଙ୍ଗ ଧରାପଡିଛନ୍ତି। ସେମାନଙ୍କ ନିକଟରୁ ୪୦୦ ଗ୍ରାମ ଓଜୋନର ୩୦ଟି ସୁନା ଚେନ ସହ ୩ ଟି ବାଇକ ଜବତ ହୋଇଛି I ଗ୍ୟାଙ୍ଗର ୪ ସଦସ୍ୟ ଗିରଫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ନୟାଗଡର। ଏନେଇ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।

ଡ଼ିସିପି ସୂଚନାନୁସାରେ,ଏହି ଲୁଟେରା ଗ୍ୟାଙ୍ଗ ଧାରା ନପଡିବା ପାଇଁ କଳା ରଙ୍ଗର ଜ୍ୟାକେଟ ପିନ୍ଧି ,ବାଇକ ନମ୍ବର ପ୍ଲେଟରେ ଟ୍ୟାପ ଲଗାଇ ଲୁଟ କରିବାକୁ ଯାଉଥିଲେ I ୪ ଜଣ ଲେଖା ସଙ୍ଗଠିତ ଗ୍ୟାଙ୍ଗ କରି ଏମାନେ ଲୁଟପାଟ କରୁଥିଲେ। ଏଜେଣ୍ଟ ଭାବେ ଏମାନେ ଅପରାଧୀ ରଖୁଥିଲେ। କଳାପୋଷାକରେ ସ୍ପିଡ୍‌‌ ବାଇକରେ ଯାଇ ଆଖି ପିଛୁଳାକେ ଚେନ୍‌‌ ଝାମ୍ପି ଫେରାର ହୋଇ ଯାଉଥିଲେ। ଏହାପରେ ଲୁଟ କରିଥିବା ସୁନା ଗହଣାକୁ ନେଇ ବିଭିନ୍ନ ବ୍ୟାଙ୍କ୍ରେ ବନ୍ଧା ପକାଇ ସୁନା ଋଣ ଆଣୁଥିଲେ। ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଏମାନେ ଛିନତାଇ କରିଛନ୍ତି। ଏହାସହ କଟକ, ଭୁବନେଶ୍ୱର , ନୟାଗଡ ଓ ଖୋର୍ଦ୍ଧାରେ ମଧ୍ୟ ଛିନ୍‌‌ତାଇ କରିଛନ୍ତି।

ଆଗକୁ ପାର୍ବଣ ଆସୁଥିବାରୁ ଏମିତି ଅନେକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବେ I ସେଥିପାଇଁ ସହରରେ ପାଟ୍ରୋଲିଂ କୁ କଡାକଡ଼ି କରିବା ପାଇଁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦେଶ ଦିଆ ଯାଇଛି I

Tags: