ଲାଲ ବାହିନୀ ଛାଡି ମୁଖ୍ୟ ସ୍ରୋତ ରେ ସାମିଲ ହେଲେ ୩୦୦ ସହ ରୁ ଉର୍ଦ୍ଧ୍ୱ ମିଲିସିଆ
ମାଲକାନଗିରି : ଲାଲ ବାହୀନିଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଲେ ୩୦୦ ସହ ରୁ ଉର୍ଦ୍ଧ୍ୱ ମାଓ ମିଲିସିଆ I ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତାପାଇଠାରେ ଜିଲ୍ଲା ପୁଲିସ ତରଫରୁ ଆରମ୍ଭ ହୋଇଥିଲା ଜନ ସମ୍ପର୍କ ଶିବିର । ଏହି କାର୍ଯ୍ୟକ୍ରମରେ ଏସପି ନୀତୀଶ ୱଧୱନି ଓ ବିଏସଏଫ କମାଣ୍ଡାଣ୍ଟଙ୍କ ସମେତ ସ୍ୱାଭିମାନ ଅଂଚଳର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତର […]
ମାଲକାନଗିରି : ଲାଲ ବାହୀନିଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଲେ ୩୦୦ ସହ ରୁ ଉର୍ଦ୍ଧ୍ୱ ମାଓ ମିଲିସିଆ I ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତାପାଇଠାରେ ଜିଲ୍ଲା ପୁଲିସ ତରଫରୁ ଆରମ୍ଭ ହୋଇଥିଲା ଜନ ସମ୍ପର୍କ ଶିବିର । ଏହି କାର୍ଯ୍ୟକ୍ରମରେ ଏସପି ନୀତୀଶ ୱଧୱନି ଓ ବିଏସଏଫ କମାଣ୍ଡାଣ୍ଟଙ୍କ ସମେତ ସ୍ୱାଭିମାନ ଅଂଚଳର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତର ଲାଉଗୁଡା ଠାରେ ଆଜି ଧୂଳିପୁଟ ପଞ୍ଚାୟତର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରସନ୍ନ ହୋଇ ଓଡିଶା ପୋଲିସ ଓ ବିଏସଏଫ ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ସୂଚନା ମୁତାବକ ଦୀର୍ଘ ବର୍ଷ ଧରି ସ୍ୱାଭିମାନ ଅଞ୍ଚଳ ମାଓବାଦୀଙ୍କ କବ୍ଜାରେ ରହିଥିଲା । ନିଜ ଇଛା ଅନୁସାରେ ସେମାନେ ଏଠାରେ ଆତଙ୍କ ରାଜ ଚାଲିଥିଲେ I କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଚେଷ୍ଟା ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ଏକାଧିକ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ଏସ.ଓ.ଜି, ଡି.ଭି.ଏଫ ଓ ବିଏସଏଫ ର ଯବାନ ମାନଙ୍କ ଦ୍ୱାରା ମିଳିତ ଭାବେ ମାଓ ପ୍ରଭାବିତ ଅଞ୍ଚଳ ଗୁଡିକରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି I ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି I ଏହାଦ୍ୱାରା ପ୍ରଭାବିତ ହୋଇ ସେଠାରେ ୩୦୦ରୁ ଉର୍ଦ୍ଧ ମିଲିସିଆ ମାଓବାଦୀଙ୍କ ହାତ ଛାଡିମୁଖ୍ୟ ସ୍ରୋତକୁ ଫେରିବା ସହ ମାଓବାଦୀଙ୍କ କୁଶପୁତ୍ତଳିକାକୁ ଦାହ କରିଛନ୍ତି ।

ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସମସ୍ତଙ୍କୁ ଶାଢ଼ୀ, ଲୁଙ୍ଗି ସହ ବହୁ ଦୈନନ୍ଦିନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ପୁଲିସକୁ ସହଯୋଗ କରିବା ସହ ନକ୍ସଲର ହାତ ଛାଡ଼ିବୁ ବୋଲି ଶପଥ ନେଇଥିଲେ। ସମସ୍ତଙ୍କୁ ସରକାରଙ୍କ ତରଫରୁ ଆତ୍ମନିର୍ଭରଶୀଳ କରାଯିବ ସହ ସବୁ ସୁରକ୍ଷା ପ୍ରଦାନ କରାଯିବ ବୋଲି ପୁଲିସ କହିଛି।




