ପିଲାଚୋର ସନ୍ଦେହରେ ୩ ଯୁବକଙ୍କୁ ନିସ୍ତୁକ ମାଡ଼

ପୁରୀ : ପୁରୀରେ ବିଭିନ୍ନ ସ୍ଥାନରେ ହେଉଛି ପିଲାଚୋରି I ପିଲା ଚୋରି ସନ୍ଦେହରେ ୩ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ମାରିଛନ୍ତି ସ୍ଥାନୀୟ ଲୋକ । ଏନେଇ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି I ପୁରୀ ବଳିଆପଣ୍ଡା ଅଞ୍ଚଳରୁ ଜଣେ ଅଜଣା ବ୍ୟକ୍ତି ପିଲାଚୋରି କରୁଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ତାକୁ କାବୁ କରିବା ସହ ନିସ୍ତୁକ ମାଡ଼ ମାରିଛନ୍ତି I ସେହିପରି ପୁରୀ ସଦର ଦାମୋଦରପୁର ପଞ୍ଚାୟତ ଅନ୍ତର୍ଗତ ଗଧିଆପାଟଣା ଓ […]

Samaya Live Picture
Published On

ପୁରୀ : ପୁରୀରେ ବିଭିନ୍ନ ସ୍ଥାନରେ ହେଉଛି ପିଲାଚୋରି I ପିଲା ଚୋରି ସନ୍ଦେହରେ ୩ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ମାରିଛନ୍ତି ସ୍ଥାନୀୟ ଲୋକ । ଏନେଇ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି I ପୁରୀ ବଳିଆପଣ୍ଡା ଅଞ୍ଚଳରୁ ଜଣେ ଅଜଣା ବ୍ୟକ୍ତି ପିଲାଚୋରି କରୁଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ତାକୁ କାବୁ କରିବା ସହ ନିସ୍ତୁକ ମାଡ଼ ମାରିଛନ୍ତି I ସେହିପରି ପୁରୀ ସଦର ଦାମୋଦରପୁର ପଞ୍ଚାୟତ ଅନ୍ତର୍ଗତ ଗଧିଆପାଟଣା ଓ ପିଳିପିଳା ଅଞ୍ଚଳରେ ଦୁଇ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିବା ଭିଡିଓ ଭାଇରାଲ୍ ହୋଇଛି ।

ଗତରାତିରେ ପୁରୀ ବ୍ରହ୍ମଗିରି ରାସ୍ତାର ନରେନ୍ଦ୍ର କୋଣ ଠାରେ ମଧ୍ୟ ପିଲାଚୋରି ଅଭିଯୋଗରେ ବହୁ ଲୋକ ରୁଣ୍ଡ ହୋଇଥିବା ଏବଂ ଦୌଡ଼ାଦୌଡ଼ି କରୁଥିବା ଭିଜୁଆଲରେ ଦେଖାଯାଇଥିଲା I ଏହି ଘଟଣା ଜଣାପଡିବା ପରେ ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ପିଲାଚୋରି କରି ପଳାଉଥିବା ବ୍ୟକ୍ତିମାନେ କେଉଁଠାରୁ ଆସିଛନ୍ତି ସେନେଇ ପୋଲିସ ନିକଟରେ କୌଣସି ତଥ୍ୟ ନାହିଁ I

ସେପଟେ ଏଭଳି ଏକାଧିକ ଘଟଣା ନଜରକୁ ଆସିବା ପରେ ଚିନ୍ତା ଓ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ଏସପି ପିନାକୀ ମିଶ୍ର । ଆଇନକୁ ହାତକୁ ନନେବା ପାଇଁ ସାମାଜିକ ଗଣମାଧ୍ୟମରେ ସେ ଲୋକଙ୍କୁ ଅପିଲ୍ କରିଛନ୍ତି । ସେ କହିଛନ୍ତି କୌଣସି ଅଜଣା ବ୍ୟକ୍ତି କିମ୍ବା ଏଭଳି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଆକ୍ରମଣ କରନ୍ତୁ ନାହିଁ । କାହା ଉପରେ ସନ୍ଦେହ ହେଲେ ପୋଲିସକୁ ଖବର ଦିଅନ୍ତୁ । ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କର ପରିଚୟ ଯାଞ୍ଚ କରିବ । କେହି ଆଇନକୁ ହାତକୁ ନେବା ଉଚିତ ନୁହେଁ ବୋଲି ପୁରୀ ଏସପି ସଚେତନ କରିଛନ୍ତି ।

Tags: