ନକଲି ଆରଟିଓର ପରିଚୟ ଦେଖାଇ ୩ ଯୁବକ ଗିରଫ

କେନ୍ଦୁଝର : ଆରଟିଓର ପରିଚୟ ଦେଖାଇ ବଟି ଆଦାୟ କରିବା ମାମଲାରେ ତିନି ଯୁବକ ଗିରଫ । ସୁନ୍ଦରଗଡ଼ ଆରଟିଓର ପରିଚୟ ଦେଖାଇ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ବଟି ଆଦାୟ କରୁଥିଲେ । ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି ସିମଡେଗା ଜେଲକୁ ପଠାଇ ଦେଇଛି । ଗିରଫ ଯୁବକମାନେ ହେଲେ ସୁନ୍ଦରଗଡ଼ର ପ୍ରକାଶ ଗୁପ୍ତା, ଅନୁଗୁଳର ଟୁଟୁ ଦେହୁରି ଓ ପ୍ରବୀଣ ପ୍ରଧାନ । ଏମାନଙ୍କ ନିକଟରୁ ପୁଲିସ ଯାଞ୍ଚ […]

Samaya Live Picture
Published On

କେନ୍ଦୁଝର : ଆରଟିଓର ପରିଚୟ ଦେଖାଇ ବଟି ଆଦାୟ କରିବା ମାମଲାରେ ତିନି ଯୁବକ ଗିରଫ । ସୁନ୍ଦରଗଡ଼ ଆରଟିଓର ପରିଚୟ ଦେଖାଇ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ବଟି ଆଦାୟ କରୁଥିଲେ । ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି ସିମଡେଗା ଜେଲକୁ ପଠାଇ ଦେଇଛି ।

ଗିରଫ ଯୁବକମାନେ ହେଲେ ସୁନ୍ଦରଗଡ଼ର ପ୍ରକାଶ ଗୁପ୍ତା, ଅନୁଗୁଳର ଟୁଟୁ ଦେହୁରି ଓ ପ୍ରବୀଣ ପ୍ରଧାନ । ଏମାନଙ୍କ ନିକଟରୁ ପୁଲିସ ଯାଞ୍ଚ କରିଥିବା ଗାଡିଗୁଡ଼ିକର କାଗଜପତ୍ର ଓ ନଗଦ ଅର୍ଥ ଜବତ କରିଛି । ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ପୁଲିସ ତା’ର ତଦନ୍ତ ଚଳାଇଛି । ତିନି ଯୁବକ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜାତୀୟ ରାଜପଥର ଆମ୍ବାପାଣି ଜଙ୍ଗଲ ନିକଟରେ ଗତକାଲି ରାତିରେ ପହଞ୍ଚିଥିଲେ ।

ସୂଚନା ଅନୁସାରେ ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରୁ ରାଞ୍ଚି ଯାଉଥିବା ରାସ୍ତାରେ ପରିବହନ ଅଧିକାରୀଙ୍କ ପରିଚୟ ଦେଇ ଏହି ୩ ଯୁବକ ଯାନବାହାନ ଚେକିଙ୍ଗ କରି ଅର୍ଥ ଆଦାୟ କରୁଥିଲେ I ଗତକାଲି ରାତିରେ ତିନି ଯୁବକ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜାତୀୟ ରାଜପଥର ଆମ୍ବାପାଣି ଜଙ୍ଗଲ ନିକଟରେ ପହଞ୍ଚିଥିଲେ । ଓଡ଼ିଶାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରୁ ଓଡ଼ିଶା ଆସୁଥିବା ଟ୍ରକଗୁଡ଼ିକର କାଗଜପତ୍ର ଯାଞ୍ଚ କରିଥିଲେ । ଏହାପରେ କାଗଜପତ୍ରର ବିଭିନ୍ନ ତ୍ରୁଟି ଆଳ ଦେଖାଇ ଟ୍ରକ ଡ୍ରାଇଭରଙ୍କ ଠାରୁ ମୋଟା ଅଙ୍କର ବଟି ଆଦାୟ କରୁଥିଲେ । ପୋଲିସ ଟିମ୍ କେନ୍ଦୁଡିହିରେ ପହଞ୍ଚି ତିନି ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି । ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ପୋଲିସ ତା’ର ତଦନ୍ତ ଚଳାଇଛି ।

Tags: