ମାଓବାଦୀଙ୍କ ଗୁଳିରେ ୩ ସୁରକ୍ଷାକର୍ମୀ ଶହୀଦ
ରାୟପୁର: ଆଜି ସକାଳେ ଛତିଶଗଡ଼ର ସୁକମା ଜିଲ୍ଲାରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ମାଓବାଦୀ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୩ଜଣ ‘ଡିଷ୍ଟ୍ରିକ୍ଟ୍ ରିଜର୍ଭ ଗାର୍ଡ’(ଡିଆର୍ଜି) କର୍ମଚାରୀ ଶହୀଦ ହୋଇଛନ୍ତି ବୋଲି ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛି। ବସ୍ତର ରେଞ୍ଜର ଆଇଜି ସୁନ୍ଦରାଜ ପି କହିଛନ୍ତି, ଆଜି ସକାଳେ ଡିଆରଜି ପକ୍ଷରୁ ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ୪୦୦ କିମି ଦୂର ଜାଗରଗୁଣ୍ଡା ପୁଲିସ୍ ଷ୍ଟେସନ ଅଧୀନରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। […]
ରାୟପୁର: ଆଜି ସକାଳେ ଛତିଶଗଡ଼ର ସୁକମା ଜିଲ୍ଲାରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ମାଓବାଦୀ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୩ଜଣ ‘ଡିଷ୍ଟ୍ରିକ୍ଟ୍ ରିଜର୍ଭ ଗାର୍ଡ’(ଡିଆର୍ଜି) କର୍ମଚାରୀ ଶହୀଦ ହୋଇଛନ୍ତି ବୋଲି ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛି।
ବସ୍ତର ରେଞ୍ଜର ଆଇଜି ସୁନ୍ଦରାଜ ପି କହିଛନ୍ତି, ଆଜି ସକାଳେ ଡିଆରଜି ପକ୍ଷରୁ ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ୪୦୦ କିମି ଦୂର ଜାଗରଗୁଣ୍ଡା ପୁଲିସ୍ ଷ୍ଟେସନ ଅଧୀନରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ଘଟିଥିଲା ଗୁଳି ବିନିମୟ। ସକାଳ ପ୍ରାୟ ୯ଟା ବେଳେ ଯବାନମାନେ ଜାଗରଗୁଣ୍ଡା-କୁଣ୍ଡେଣ୍ଡ ଗାଁ ମଧ୍ୟରେ ଥିବା ବେଳେ ନକ୍ସଲମାନେ ହମଲା କରିଥିଲେ। ଗୁଳି ବିନିମୟ ସମୟରେ ‘ଏଏସ୍ଆଇ’ ରାମୁରାମ ନାଗ, ସହକାରୀ କନେଷ୍ଟବଳ କୁଞ୍ଜମ୍ ଯୋଗା ଏବଂ ସୈନିକ ବଞ୍ଜମ ଭୀମା ମାଓବାଦୀଙ୍କ ଗୁଳି ଚୋଟରେ ଶହୀଦ ହୋଇଛନ୍ତି ବୋଲି ବସ୍ତର୍ ରେଞ୍ଜ୍ ପୁଲିସ ଇନ୍ସ୍ପେକ୍ଟର୍ ଜେନେରାଲ୍ ସୁନ୍ଦରରାଜ ପି କହିଛନ୍ତି।




