୩ ପୋଲିସଙ୍କୁ ମାରି ଦେଲେ କୃଷ୍ଣସାର ମୃଗ ଶିକାରୀ

ଭୋପାଳ: ମଇ ୧୪: ଶୁକ୍ରବାର ରାତିରେ ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଅନ୍ତର୍ଗତ ସାଗା ବାର୍ଖେଡ଼ା ଗ୍ରାମରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୁଲିସ କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ମୃତ ପୁଲିସ କର୍ମଚାରୀମାନେ ହେଲେ, ସବ୍‌-ଇନସ୍ପେକଫର୍‌ ରାଜକୁମାର ଯାଦବ, ହେଡ୍‌ କନେଷ୍ଟବଳ ସାନ୍ତା ରାମ ମୀନା ଏବଂ କନେଷ୍ଟବଳ ନୀରଜ ଭାର୍ଗବ । ରାଜଧାନୀ ଭୋପାଳ ଠାରୁ ପ୍ରାୟ ୧୬୦ କିଲୋମିଟର ଦୂରବର୍ତ୍ତୀ ଆରୋନ୍‌ ଥାନା ଅଧୀନ ଅଞ୍ଚଳରେ ଘଟଣାଟି ଘଟିଛି । ଏହା […]

Samaya Live Picture
Published On

ଭୋପାଳ: ମଇ ୧୪: ଶୁକ୍ରବାର ରାତିରେ ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଅନ୍ତର୍ଗତ ସାଗା ବାର୍ଖେଡ଼ା ଗ୍ରାମରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୁଲିସ କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ମୃତ ପୁଲିସ କର୍ମଚାରୀମାନେ ହେଲେ, ସବ୍‌-ଇନସ୍ପେକଫର୍‌ ରାଜକୁମାର ଯାଦବ, ହେଡ୍‌ କନେଷ୍ଟବଳ ସାନ୍ତା ରାମ ମୀନା ଏବଂ କନେଷ୍ଟବଳ ନୀରଜ ଭାର୍ଗବ । ରାଜଧାନୀ ଭୋପାଳ ଠାରୁ ପ୍ରାୟ ୧୬୦ କିଲୋମିଟର ଦୂରବର୍ତ୍ତୀ ଆରୋନ୍‌ ଥାନା ଅଧୀନ ଅଞ୍ଚଳରେ ଘଟଣାଟି ଘଟିଛି । ଏହା ସହ ୪ଟି କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ରହିଛି । ତେବେ ଶିକାରୀମାନଙ୍କୁ ଧରିବା ଲାଗି ପୁଲିସମାନେ ସେଠାକୁ ଯାଇଥିଲେ । ପୁଲିସଚାରିପଟୁ ଘେରିଯିବା ପରେ ଶିକାରୀମାନେ ଗୁଳି ଚଳାଇଥିଲେ । ଫଳରେ ୩ଜଣ ପୁଲିସଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ଘଟଣା ସଂକ୍ରାନ୍ତରେ ଆଲୋ‘ନା ଲାଗି ଆଜି ପୂର୍ବାହ୍ନ ୯.୩୦ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ତାଙ୍କ ବାସଭବନରେ ଉଚ୍ଚସ୍ତରୀୟ ଜରୁରୀ ବେଠକ ଡକାଇଛନ୍ତି । ଡିଜିପିଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ, ଗୃହମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଏହି ବେଠକରେ ଯୋଗ ଦେଇଛନ୍ତି ।