୩ ନକ୍ସଲ ନିହତ,ସର୍ଚ୍ଚ ଅପରେସନ ଜାରି

ମାଲକାନଗିରି : ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା I ଛତିଶଗଡ଼ରେ କାଙ୍କେର ଜିଲ୍ଲାରେ ବିଜାପୁର ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ହୋଇଛି I ସେଗୁଡିକ ମଧ୍ୟରେ ଗୋଟିଏ LMG ଗୋଟିଏ AK-47 ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ରହିଥିବା ନେଇ ବିଜାପୁର ଏସ୍‌ପି. ସୂଚନା ଦେଇଛନ୍ତି। ସୂଚନାନୁସାରେ,ଆନ୍ତଃରାଜ୍ୟ ସୀମାରେ ଥିବା ପୂଜାରୀ କାଙ୍କେର ଜଙ୍ଗଲରେ […]

Samaya Live Picture
Published On

ମାଲକାନଗିରି : ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା I ଛତିଶଗଡ଼ରେ କାଙ୍କେର ଜିଲ୍ଲାରେ ବିଜାପୁର ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ହୋଇଛି I ସେଗୁଡିକ ମଧ୍ୟରେ ଗୋଟିଏ LMG ଗୋଟିଏ AK-47 ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ରହିଥିବା ନେଇ ବିଜାପୁର ଏସ୍‌ପି. ସୂଚନା ଦେଇଛନ୍ତି।

ସୂଚନାନୁସାରେ,ଆନ୍ତଃରାଜ୍ୟ ସୀମାରେ ଥିବା ପୂଜାରୀ କାଙ୍କେର ଜଙ୍ଗଲରେ ତେଲେଙ୍ଗାନାର ନକ୍ସଲ ସଙ୍ଗଠନ ବିରୋଧରେ ଗ୍ରେ ହାଉଣ୍ଡସର ଏକ ଟିମ୍ ଅପରେସନରେ ବାହାରିଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା। ଗ୍ରେହାଉଣ୍ଡସ ଟିମକୁ ସହଯୋଗ କରିବା ପାଇଁ ଛତିଶଗଡ ବିଜାପୁର ପୋଲିସର ଏକ ଟିମ୍ ମଧ୍ୟ ଏହି ଅଞ୍ଚଳରେ ଉପସ୍ଥିତ ଥିଲେ । ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ କିଛି ଦିନ ପୂର୍ବରୁ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୩ ମହିଳାଙ୍କ ସମେତ ୧୩ ନକ୍ସଲ ନିହତ ହୋଇଥିଲେ।

Tags: