ଗୋଟିଏ ପରିବାରର ୩ ଜଣଙ୍କର ସନ୍ଦେହ ଜନକ ମୃତ୍ୟୁ
ଗଞ୍ଜାମ : ଗୋଟିଏ ପରିବାରର ୩ ଜଣଙ୍କର ସନ୍ଦେହ ଜଣକ ମୃତ୍ୟୁ ଘଟିଛି । ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ଶେରଗଡ ଶ୍ରୀରାମ ନଗରରେ ଘଟିଛି । ଘର ଭିତରୁ ମା ଓ ୨ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ରାତିରେ ଖାଇପିଇ ସାରି ମା’ ଓ ଦୁଇ ପୁଅ ଏକାଠି ଶୋଇଥିଲେ । ତେବେ ଆଜି ସକାଳେ ୩ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା I ସୂଚନାନୁସାରେ, ଶେରଗଡ ଗ୍ରାମରେ […]
ଗଞ୍ଜାମ : ଗୋଟିଏ ପରିବାରର ୩ ଜଣଙ୍କର ସନ୍ଦେହ ଜଣକ ମୃତ୍ୟୁ ଘଟିଛି । ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ଶେରଗଡ ଶ୍ରୀରାମ ନଗରରେ ଘଟିଛି । ଘର ଭିତରୁ ମା ଓ ୨ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ରାତିରେ ଖାଇପିଇ ସାରି ମା’ ଓ ଦୁଇ ପୁଅ ଏକାଠି ଶୋଇଥିଲେ । ତେବେ ଆଜି ସକାଳେ ୩ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା I
ସୂଚନାନୁସାରେ, ଶେରଗଡ ଗ୍ରାମରେ ମହାତ୍ମାଗାନ୍ଧି ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଥିଲେ ସାବିତ୍ରୀ ସାହୁ । ସେ ବାଇପାସ ସ୍ଥିତ ଏକ ଭଡ଼ା ଘରେ ରହୁଥିଲେ । ସକାଳୁ ସାବିତ୍ରୀ ଓ ତାଙ୍କର ଦୁଇ ପୁଅଙ୍କୁ ଅଚେତ ଅବସ୍ଥାରେ ଶେରଗଡ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଗୋଟିଏ ପରିବାରର ସନ୍ଦେହ ଜନକ ମୃତ ଘଟିଛି I ପରିବାରର ୩ଜଣ ମୃତ ହୋଇଥିବା ବେଳେ ସାବିତ୍ରୀଙ୍କ ସ୍ୱାମୀ ଓ ଶାଶୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି I ଏହି ତିନି ଜଣଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି ବୋଲି ପୁଲିସ ସନ୍ଦେହ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।




