ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ
ମାଲକାନାଗିରି : ଲାଲବାହିନୀକୁ ବଡ଼ ଝଟକା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମୁଣ୍ଡ ଉପରେ ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ନିହତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ସେଣ୍ଟ୍ରାଲ କମିଟି ମେମ୍ଵର ଗାଜେର୍ଲା ଉଦୟ । ସେହିପରି ଆନ୍ଧ୍ର ଓଡିଶା […]
ମାଲକାନାଗିରି : ଲାଲବାହିନୀକୁ ବଡ଼ ଝଟକା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମୁଣ୍ଡ ଉପରେ ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।
ନିହତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ସେଣ୍ଟ୍ରାଲ କମିଟି ମେମ୍ଵର ଗାଜେର୍ଲା ଉଦୟ । ସେହିପରି ଆନ୍ଧ୍ର ଓଡିଶା ସ୍ପେସିଆଲ ଜୋନାଲ କମିଟି ମେମ୍ବର ଅରୁଣା ବି ନିହତ ହୋଇଛନ୍ତି । ସେ ଟପ୍ ମାଓନେତା ଚଲାପତିଙ୍କ ସ୍ତ୍ରୀ। ଆଗରୁ ଚଲାପତି ବି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ଏହା ସହିତ ଆନ୍ଧ୍ର ଓଡ଼ିଶା ଜୋନାଲ କମିଟି ସଦସ୍ୟ ଅଞ୍ଜୁ ମଧ୍ୟ ଏହି ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଆନ୍ଧ୍ର ଆଲ୍ଲୁର ସୀତାରାମ ରାଜୁ ଜିଲ୍ଲାର କଣ୍ଡାମଦୁଲୁ ଦେବୀ ପାଟଣା ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଟପ୍ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଦୁଇଟି ଏକେ ୪୭ ରାଇଫଲ ଓ ବହୁ ମାଓ ସାମଗ୍ରୀ ଜବତ ହୋଇଛି ।




