ଗଞ୍ଜେଇ ଲିଙ୍କ,ଚାକିରିରୁ ବହିସ୍କୃତ ହେଲେ ୩ IRB ଯବାନ

ବୌଦ୍ଧ : ଗଞ୍ଜେଇ ଲିଙ୍କ ଯୋଗୁଁ ଚାକିରିରୁ ବହିଷ୍କୃତ ହେଲେ ୩ IRB ଯବାନ । ମନମୁଣ୍ଡା IRB ବାରାକରୁ ୧୫ କେଜି ଗଞ୍ଜେଇ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩ ଜଣ ପଞ୍ଚମ IRB ବାଟାଲିୟନର ଯବାନ ଗିରଫ ପରେ ବହିସ୍କୃତ ହୋଇଛନ୍ତି । ଯବାନ ମାନେ ହେଲେ ହାବିଲଦାର କୁନାର ସିଂହ, କନେଷ୍ଟବଳ ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ୍ ବାର୍ଲା । ଗତ ୨୫ ମାର୍ଚ୍ଚରେ ୩ ଯବାନ ଗିରଫ ହୋଇଥିଲେ । […]

ଗଞ୍ଜେଇ ଲିଙ୍କ,ଚାକିରିରୁ ବହିସ୍କୃତ ହେଲେ ୩ IRB  ଯବାନ
Samaya Live Picture
Published On

ବୌଦ୍ଧ : ଗଞ୍ଜେଇ ଲିଙ୍କ ଯୋଗୁଁ ଚାକିରିରୁ ବହିଷ୍କୃତ ହେଲେ ୩ IRB ଯବାନ । ମନମୁଣ୍ଡା IRB ବାରାକରୁ ୧୫ କେଜି ଗଞ୍ଜେଇ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩ ଜଣ ପଞ୍ଚମ IRB ବାଟାଲିୟନର ଯବାନ ଗିରଫ ପରେ ବହିସ୍କୃତ ହୋଇଛନ୍ତି । ଯବାନ ମାନେ ହେଲେ ହାବିଲଦାର କୁନାର ସିଂହ, କନେଷ୍ଟବଳ ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ୍ ବାର୍ଲା । ଗତ ୨୫ ମାର୍ଚ୍ଚରେ ୩ ଯବାନ ଗିରଫ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ନକ୍ସଲଙ୍କ ଗତିବିଧିକୁ ନେଇ ନଜର ରଖିବା ଏବଂ ଗଞ୍ଜେଇ ଚାଲାଣ ଉପରେ ନଜର ରଖିବା ପାଇଁ ପଞ୍ଚମ IRB ବାଟାଲିୟନର ଏକ ପ୍ଲାଟୁନକୁ ମନମୁଣ୍ଡା ଥାନା ପରିସରରେ ଥିବା ବାରାକରେ ନିୟୋଜିତ କରାଯାଇଥିଲା । ତେବେ ଗତ ୨୫ ତାରିଖରେ ବାରାକରେ ବାଟାଲିୟନର ୩ ଜଣ ଯବାନ ଗଞ୍ଜେଇ ରଖିଥିବା ନେଇ ପୋଲିସ ସୂଚନା ପାଇବା ପରେ ସେଠାରେ ଚଢାଉ କରିଥିଲା । ୩ ଜଣ ଯବାନଙ୍କ ନିକଟରୁ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଶନିବାର ୩ ଜଣ ଯବାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।

 

 

Tags: