ପୁରୀ ବଡଦାଣ୍ଡରେ ଗୋଷ୍ଠୀ ସଂଘର୍ଷ,୩ ଆହତ

ପୁରୀ : ପୁରୀ ବଡ଼ ଦଣ୍ଡ ମାର୍କେଟ ଛକରେ ରେ ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ହଣା କଟା ହେବାରୁ ଏଥିରେ ୩ଜଣ ଗୁରୁତର ହୋଇଛନ୍ତି ।ଏମାନଙ୍କ ଭିତରୁ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ବୀରହରେକୃଷ୍ଣପୁର ମେଳଣରେ ଜୁଆ […]

Samaya Live Picture
Published On

ପୁରୀ : ପୁରୀ ବଡ଼ ଦଣ୍ଡ ମାର୍କେଟ ଛକରେ ରେ ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ହଣା କଟା ହେବାରୁ ଏଥିରେ ୩ଜଣ ଗୁରୁତର ହୋଇଛନ୍ତି ।ଏମାନଙ୍କ ଭିତରୁ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ବୀରହରେକୃଷ୍ଣପୁର ମେଳଣରେ ଜୁଆ ଖେଳକୁ କେନ୍ଦ୍ର କରି ହଣାକଟା ହୋଇଥିବା ସୂଚନା ମିଳିଛି । ଆଜି ସକାଳ ୬ଟା ବେଳେ ସମୀର ଦାସ, ହୃଷିକେଶ ପଣ୍ଡା ଓ ଖଗେଶ୍ୱର ସାହୁ ମାର୍କେଟ ଛକରେ ଚା’ ପିଉଥିବା ବେଳେ ହଠାତ୍ ଅନ୍ୟ ଗୋଷ୍ଠୀର ୧୮ ଜଣ ଯୁବକ ମୋଟର ସାଇକେଲରେ ଆସି ସେମାନଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ତିନିଜଣ ଗୁରୁତର ହୋଇଥିଲେ। ୩ ଗୁରୁତରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ଭିତରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁରୀ ବଡ଼ ଦାଣ୍ଡରେ ବାରମ୍ବାର ଏହିଭଳି ଘଟଣା ଘଟୁଥିବାରୁ ପୋଲିସ ନିଷ୍କ୍ରିୟତାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି I