ଏସଟିଏଫ ପଞ୍ଝାରେ ୩ ଗଞ୍ଜେଇ ମାଫିଆ

ଖୋର୍ଦ୍ଧା: ଏସଟିଏଫ୍ ପଞ୍ଝାରେ ଗଞ୍ଜେଇ ମାଫିଆ। ରାଜଧାନୀରୁ ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଏସଟିଏଫ । କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରିଲା ଏସଟିଏଫ । ବିଶେଷସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଚଢାଉ କରିଥିଲା । ଏକ କାରରେ ୩ଜଣ ଯାଉଥିବାବେଳେ ଚଢାଉ ହୋଇଥିଲା । ଚୋରା ଚାଲାଣରେ ବ୍ୟବହୃତ କାର ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଏସଟିଏଫ ଏସପି ରବି […]

Samaya Live Picture
Published On

ଖୋର୍ଦ୍ଧା: ଏସଟିଏଫ୍ ପଞ୍ଝାରେ ଗଞ୍ଜେଇ ମାଫିଆ। ରାଜଧାନୀରୁ ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଏସଟିଏଫ । କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରିଲା ଏସଟିଏଫ । ବିଶେଷସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଚଢାଉ କରିଥିଲା । ଏକ କାରରେ ୩ଜଣ ଯାଉଥିବାବେଳେ ଚଢାଉ ହୋଇଥିଲା । ଚୋରା ଚାଲାଣରେ ବ୍ୟବହୃତ କାର ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଏସଟିଏଫ ଏସପି ରବି ଶତପଥୀ ସୂଚନା ଦେଇଛନ୍ତି ।

ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଚନ୍ଦକା ରୋଡ୍ ଲତା ଭୁଆସୁଣୀ ମନ୍ଦିର ନିକଟରେ ଚଢାଉ କରାଯାଇଥିଲା। ଏସଟିଏଫ୍ ଟିମ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ। ଏକ କାରରେ କନ୍ଧମାଳରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଚଢାଉ ବେଳେ ଏସଟିଏଫ୍ ଟିମ୍ କାରରୁ ୧ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିଲେ। ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ଅକ୍ଷୟ କୁମାର ବିନ୍ଧାଣୀ, ବିକ୍ରମ କୁମାର ବେହେରା ଓ କୁକୁନା ବେହେରା। ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି।

ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ପାଲଟୁଛି ନିଶା ବେପାରୀଙ୍କ ପେଣ୍ଠସ୍ଥଳୀ । ସେହିପରି ଗତ କିଛି ଦିନ ତଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜର୍ମାନୀ ପ୍ରସ୍ତୁତ ମାରିଜୁଆନା ଜବତ କରାଯାଇଥିଲା । ୪ କୋଟି ଟଙ୍କାର ନିଶା ଦ୍ରବ୍ୟବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ବିମାନବନ୍ଦରରେ ଧରା ପଡିଲାଥିଲା ।

Tags: