କାର ଭିତରୁ ୩ ମୃତଦେହ ଉଦ୍ଧାର

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ ଚାଞ୍ଚଲ୍ୟ I କାର ଭିତରୁ ବାପା,ମା’ ଝିଅଙ୍କ ମୃତଦେହ ଉଦ୍ଧାର I ମୃତକଙ୍କ ଘର ବ୍ରଜରାଜ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ ହୋଇଥିବାବେଳେ ଗତକାଲି ଠାରୁ ଏମାନେ ନିଖୋଜ ଥିଲେ I ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀ ଓ ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କରି ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ […]

Samaya Live Picture
Published On

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ ଚାଞ୍ଚଲ୍ୟ I କାର ଭିତରୁ ବାପା,ମା’ ଝିଅଙ୍କ ମୃତଦେହ ଉଦ୍ଧାର I ମୃତକଙ୍କ ଘର ବ୍ରଜରାଜ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ ହୋଇଥିବାବେଳେ ଗତକାଲି ଠାରୁ ଏମାନେ ନିଖୋଜ ଥିଲେ I ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀ ଓ ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କରି ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ମାନେ ହେଲେ ସ୍ୱାମୀ ସୁଜିତ ରାୟ,ସ୍ତ୍ରୀ ଖୁଶବୂ ରାୟ ଏବଂ ୧୨ ବର୍ଷର ଝିଅ ଅର୍ପିତା ରାୟ I ଝାରସୁଗୁଡା ପୋଲିସ ଓ ସାଇଣ୍ଟିଫିକ ଟିମ ସହାୟତାରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ମେଡିକାଲକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ I

Tags: