୩.୭୦ କୋଟି ମୁଦ୍ରା ଠକେଇ : ଛତିଶଗଡ଼ରୁ ବନ୍ଧା ହେଲେ ବ୍ୟାଙ୍କ କର୍ମଚାରୀ
ପିପିଲି : ଓଡିଶାରୁ ଠକେଇ କରି ଛତିଶଗଡ଼ରୁ ବନ୍ଧା ହେଲେ ବ୍ୟାଙ୍କ କର୍ମଚାରୀ I ୩କୋଟି ୭୦ଲକ୍ଷ ଟଙ୍କାର ମୁଦ୍ରାଋଣ ଠକେଇ ମାମଲାରେ ପିପିଲି ଦାଣ୍ଡମୁକୁନ୍ଦପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କ ଶାଖାର ଆସିଷ୍ଟାଣ୍ଟ୍ ମ୍ୟାନେଜରଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) I ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର ତନ୍ମୟ କୁମାର ମହାରଣାଙ୍କୁ ବୁଧବାର ଛତିଶଗଡ଼ ରାୟପୁରରୁ ଗିରଫ କରାଯାଇଛି । ପରେ ତାଙ୍କୁ ରାୟପୁର ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା […]
ପିପିଲି : ଓଡିଶାରୁ ଠକେଇ କରି ଛତିଶଗଡ଼ରୁ ବନ୍ଧା ହେଲେ ବ୍ୟାଙ୍କ କର୍ମଚାରୀ I ୩କୋଟି ୭୦ଲକ୍ଷ ଟଙ୍କାର ମୁଦ୍ରାଋଣ ଠକେଇ ମାମଲାରେ ପିପିଲି ଦାଣ୍ଡମୁକୁନ୍ଦପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କ ଶାଖାର ଆସିଷ୍ଟାଣ୍ଟ୍ ମ୍ୟାନେଜରଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) I ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର ତନ୍ମୟ କୁମାର ମହାରଣାଙ୍କୁ ବୁଧବାର ଛତିଶଗଡ଼ ରାୟପୁରରୁ ଗିରଫ କରାଯାଇଛି । ପରେ ତାଙ୍କୁ ରାୟପୁର ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇ ଗୁରୁବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତନ୍ମୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସରୋଜକାନ୍ତ ମହାପାତ୍ରଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଛି।
ସୂଚନାନୁସାରେ ,୨୦୧୮ରେ ଆସେଟ୍ ଅଫିସର ଥିବା ତନ୍ମୟ କୁମାର ମହାରଣା ଓ ସରୋଜକାନ୍ତ ମହାପାତ୍ର ପିପିଲି ବିଡିଓଙ୍କ ସରକାରୀ ଆକାଉଣ୍ଟରୁ ୩.୭୦ କୋଟି ଟଙ୍କାର ବ୍ୟାଙ୍କରୁ ୩୫ଟି ମୁଦ୍ରା ଲୋନ କରିଥିଲେ । ଋଣ ନେବାର ଦୀର୍ଘ ଦିନ ଯାଏ ସୁଧ ଦେଇ ନଥିଲେ କିମ୍ବା ଟଙ୍କା ସୁଝି ନଥିଲେ । ଏହାପରେ ଉଭୟେ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗ ମିଳିବା ପରେ ତଦନ୍ତ କରିଥିଲା ଇଓଡବ୍ଲ୍ୟୁ I ଶେଷରେ ଛତିଶଗଡ଼ ରାୟପୁରରୁ ଇଓଡ଼ବ୍ଲ୍ୟ ଗିରଫ କରିଛି ତନ୍ମୟଙ୍କୁ I ଏହାସହିତ ଦୁଇ ଅଧିକାରୀ ସରୋଜ ଓ ତନ୍ମୟଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।




