୩.୩୩ କୋଟି ଟଙ୍କାର ଠକେଇ ମାମଲା,EOW ହାତରେ ବନ୍ଧାହେଲେ ୨

ଭୁବନେଶ୍ୱର : ୩.୩୩ କୋଟି ଟଙ୍କାର ଠକେଇ ମାମଲା I ଅଭିଯୁକ୍ତ ୨ ସେଣ୍ଟ୍ରାଲ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW I ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ଏଗ୍ରୀକଲଚର ଫାଇନାନ୍ସ ଅଫିସରଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ହୋଇଥିବା ତକ୍ରାଳୀନ ବ୍ରାଞ୍ଚ ମ୍ୟାନେଜର ହେଲେ ଡମ୍ବରୁଧର ନାୟକ ଓ ପୂର୍ବତନ ଏଗ୍ରୀକଲଚରାଲ ଫାଇନାନ୍ସ ଅଫିସର ଦେବୀଦତ୍ତ ପାଣିଗ୍ରାହୀ । ଏମାନଙ୍କୁ କେନ୍ଦୁଝର ଓ ଭୁବନେଶ୍ୱରରୁ ଗିରଫ କରାଯାଇଛି […]

Samaya Live Picture
Published On

ଭୁବନେଶ୍ୱର : ୩.୩୩ କୋଟି ଟଙ୍କାର ଠକେଇ ମାମଲା I ଅଭିଯୁକ୍ତ ୨ ସେଣ୍ଟ୍ରାଲ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW I ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ଏଗ୍ରୀକଲଚର ଫାଇନାନ୍ସ ଅଫିସରଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ହୋଇଥିବା ତକ୍ରାଳୀନ ବ୍ରାଞ୍ଚ ମ୍ୟାନେଜର ହେଲେ ଡମ୍ବରୁଧର ନାୟକ ଓ ପୂର୍ବତନ ଏଗ୍ରୀକଲଚରାଲ ଫାଇନାନ୍ସ ଅଫିସର ଦେବୀଦତ୍ତ ପାଣିଗ୍ରାହୀ । ଏମାନଙ୍କୁ କେନ୍ଦୁଝର ଓ ଭୁବନେଶ୍ୱରରୁ ଗିରଫ କରାଯାଇଛି I

ସୂଚନାନୁଯାୟୀ,ସେଣ୍ଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ ଆନନ୍ଦି ବିଶ୍ୱାସ ଏମାନଙ୍କ ନାଁରେ ଠକେଇ ଅଭିଯୋଗ କରିଥିଲେ I ୨୦୧୫ ରୁ ୧୮ ମଧ୍ୟରେ ଏହି ଠକେଇ ହୋଇଥିଲା I ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ନାଁରେ ଦୁର୍ନୀତି କରାଯାଇଥିଲା I ଟର୍ମ ଲୋନ ଆକାଉଣ୍ଟ ଜରିଆରେ ସରକାରୀ ସବସିଡି ଟଙ୍କାକୁ ଆତ୍ମସାତ କରିଥିଲେ । ଏମାନଙ୍କ ପାଖରୁ ବିଭିନ୍ନ ପ୍ରକାର କାଗଜ ପତ୍ର ଜବତ ହୋଇଛି।

Tags: