ଦୁଇଗୁଣା ଟଙ୍କା ଲୋଭ ଦେଖାଇ ଠକି ନେଲେ ୨୮ ଲକ୍ଷ ,ବନ୍ଧା ହେଲେ ୫

ବ୍ରହ୍ମପୁର : ଟଙ୍କା ୨ଗୁଣା ହେବା ଲୋଭରେ ଠକିଲେ ୨ ବ୍ୟବସାୟୀ I କମ ସମୟରେ ଦୁଇ ଗୁଣା ଟଙ୍କା ପାଇବା ଆଶାରେ ହରାଇଲେ ୨୮ ଲକ୍ଷ ଟଙ୍କା । ଏଭଳି ଏକ ଠକେଇ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ।ଏହି ଠକେଇ ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶନଗର ୪ର୍ଥ ଗଳିର ବଦ୍ରିନାଥ ପଣ୍ଡା(୨୯),ରାଉତପେଟା ଗଳିର ଭବାନୀଶଙ୍କର ପଟ୍ଟନାୟକ(୨୯),ପୁରୁଷୋତ୍ତମପୁର […]

Samaya Live Picture
Published On

ବ୍ରହ୍ମପୁର : ଟଙ୍କା ୨ଗୁଣା ହେବା ଲୋଭରେ ଠକିଲେ ୨ ବ୍ୟବସାୟୀ I କମ ସମୟରେ ଦୁଇ ଗୁଣା ଟଙ୍କା ପାଇବା ଆଶାରେ ହରାଇଲେ ୨୮ ଲକ୍ଷ ଟଙ୍କା । ଏଭଳି ଏକ ଠକେଇ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ।ଏହି ଠକେଇ ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶନଗର ୪ର୍ଥ ଗଳିର ବଦ୍ରିନାଥ ପଣ୍ଡା(୨୯),ରାଉତପେଟା ଗଳିର ଭବାନୀଶଙ୍କର ପଟ୍ଟନାୟକ(୨୯),ପୁରୁଷୋତ୍ତମପୁର ଥାନା ରଣଝାଲି ଗ୍ରାମର ରାମଚନ୍ଦ୍ର ପଣ୍ଡା (୪୫), ଆଙ୍ଗୁ ଗ୍ରାମର ନିବାସ ନାହାକ(୪୪),କବିସୂର୍ଯ୍ୟନଗର ଥାନା ବାଲିଆସରାର ଅକ୍ଷୟ କୁମାର ନାୟକ(୨୯)। ଏନେଇ ବୈଦ୍ୟନାଥପୁର ଥାନାରେ ଏକ ମାମଲା (କେସ୍‌ନଂ ୫୮୨/୨୩) ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

କମ ସମୟରେ ଦୁଇ ଗୁଣା ଟଙ୍କା ପାଇବା ନେଇ ସହରର ସୂର୍ଯ୍ୟ ନାରାୟଣ ପାତ୍ର ଓ ସଚିନ ମହାପାତ୍ର ନାମକ ଦୁଇ ବ୍ୟବସାୟୀଙ୍କୁ କହିଥିଲେ ବଡବଜାର ଅଞ୍ଚଳର ବଦ୍ରିନାଥ ପଣ୍ଡା ଓ କବିସୂର୍ଯ୍ୟନଗର ଅଞ୍ଚଳର ଅକ୍ଷୟ କୁମାର ନାୟକ । ଆଜି ୯ ଲକ୍ଷ ଟଙ୍କା ଦେଲେ କାଲି ୧୦ ଲକ୍ଷ ଟଙ୍କା ମିଳିବ ବୋଲି ସେମାନଙ୍କୁ କୁହାଯାଇଥିଲା I ଅସଲି ଟଙ୍କା ନେଇ ସେମାନଙ୍କୁ ଖେଳନା ଟଙ୍କା ଫେରସ୍ତ କରି ଚମ୍ପଟ ମାରିଛନ୍ତି ଠକ ଗ୍ୟାଙ୍ଗର ଦୁଇ ଅଣଓଡ଼ିଆ ସଦସ୍ୟ।

ଟ୍ରେଡ ପ୍ରଫିଟ ଫଣ୍ଡ ନାମକ ଏକ ଲୋନ ମାଧ୍ୟମରେ ଏହି ଟଙ୍କା ଦୁଇ ଗୁଣ ହେବା ନେଇ ସୂର୍ଯ୍ୟ ଓ ସଚିନକୁ କୁହାଯାଇଥିଲା । ଏହାସହିତ ତିନି ମାସ ମଧ୍ୟରେ ଯଦି ଲୋନ ଟଙ୍କା ନ ଫେରାନ୍ତି ତେବେ ୟୁ ଟର୍ନ ଜରିଆରେ ଲୋନ ଟଙ୍କା ଆଉ ପରିଶୋଧ କରିବାକୁ ପଡିବ ନାହିଁ ବୋଲି ମଧ୍ୟ ଉଭୟଙ୍କୁ କୁହାଯାଇଥିଲା । ଆଉ ଏଭଳି ଲୋଭନୀୟ ଅଫର ପାଇବା ପରେ ସୂର୍ଯ୍ୟ ଓ ସଚିନ ୨୮ ଲକ୍ଷ ଟଙ୍କା ଅକ୍ଷୟ ନାୟକ ଓ ମହେଶ ବର୍ମା ନାମକ ବ୍ୟକ୍ତିଙ୍କୁ ଦେଇଥିଲେ । ଏହି ୨୮ ଲକ୍ଷ ଟଙ୍କା ପ୍ରତିବଦଳରେ ୮ ହଜାର ୫୦୦ ଟଙ୍କିଆ ଖେଳନା ଟଙ୍କା ସୂର୍ଯ୍ୟ ଓ ସଚିନଙ୍କୁ ଦେଇଥିଲେ ।

ପରବର୍ତ୍ତୀ ସମୟରେ ସୂର୍ଯ୍ୟ ଓ ସଚିନ ଖେଳନା ଟଙ୍କା ପାଇଥିବା ଜାଣିବା ପରେ ବୈଦ୍ୟନାଥପୁର ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଆଜି ବୈଦ୍ୟନାପୁର ଥାନା ପୋଲିସ ଠକେଇ ଘଟଣାରେ ବଡବଜାର ଅଞ୍ଚଳର ବଦ୍ରିନାଥ ପଣ୍ଡା, ଭବାନୀ ଶଙ୍କର ପଟ୍ଟନାୟକ,କବିସୂର୍ଯ୍ୟନଗର ଅଞ୍ଚଳର ଅକ୍ଷୟ କୁମାର ନାୟକ,ପୁରୁଷୋତ୍ତମପୁର ଅଞ୍ଚଳର ରାମଚନ୍ଦ୍ର ପଣ୍ଡା ଓ ନିବାସ ନାୟକକୁ ଗିରଫ କରି କରିବା ସହ ଟଙ୍କା ନିକଟରୁ ୫ଟି ମୋବାଇଲ ଓ ଦୁଇଟି ବ୍ୟାଗ ଓ ୪୦ଲକ୍ଷ ଖେଳନା ଟଙ୍କା ଜବତ କରିଛି ପୋଲିସ ।

ଏହି ଠକେଇ ଘଟଣାରେ ଅନ୍ୟ ରାଜ୍ୟର ୩ ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ।

Tags: