ଘରେ ପଶୀ ପିସ୍ତଲ ଦେଖାଇ ୨୫ ତୋଳା ସୁନା ଲୁଟ୍‌

କଳାହାଣ୍ଡି: ପିସ୍ତଲ ଦେଖାଇ ୨୫ ତୋଳା ସୁନା ଲୁଟ୍‌ । ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା ବ୍ଲକ୍‌ କୋକସରା ଥାନା ଏଲମା ଗାଁରେ ଘଟିଛି । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଏଲମା ଗାଁରେ ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ଡକାୟତି ହୋଇଥିଲା । ଏହି ଡକାୟତି ଟିମ୍‌ରେ ୧୨ ଜଣ ଲୁଟେରା ସାମିଲ ଥିଲେ ।ସେମାନେ ତାଙ୍କ ଘରେ ପଶି ସମସ୍ତ ସଦସ୍ୟଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରାଇଥିଲେ l ପରେ ଗୋଟିଏ ଘରେ ସେମାନଂକୁ […]

Samaya Live Picture
Published On

କଳାହାଣ୍ଡି: ପିସ୍ତଲ ଦେଖାଇ ୨୫ ତୋଳା ସୁନା ଲୁଟ୍‌ । ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା ବ୍ଲକ୍‌ କୋକସରା ଥାନା ଏଲମା ଗାଁରେ ଘଟିଛି ।

ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଏଲମା ଗାଁରେ ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ଡକାୟତି ହୋଇଥିଲା । ଏହି ଡକାୟତି ଟିମ୍‌ରେ ୧୨ ଜଣ ଲୁଟେରା ସାମିଲ ଥିଲେ ।ସେମାନେ ତାଙ୍କ ଘରେ ପଶି ସମସ୍ତ ସଦସ୍ୟଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରାଇଥିଲେ l ପରେ ଗୋଟିଏ ଘରେ ସେମାନଂକୁ ବନ୍ଦ କରିଦେଇଥିଲେ l ତାପରେ ୨୫ ତୋଳା ସୁନା ଲୁଟ୍‌ କରି ପାଚେରି ଡେଇଁ ପଳାଇ ଯାଉଥାବା ବେଳେ, ଦୁର୍ଯୋଗକୁ ସେମାନଙ୍କ ମଧ୍ୟରୁ ଜଣେ ପାଚେରୀରୁ ଗଳି ପଡିଥିଲା । ଏଥିରେ ତାର ଗୋଡଭାଙ୍ଗି ଯିବାରୁ ସେ ଯଆଇପାରିନଥିଲା । ଗ୍ରାମବାସୀ ମାନେ ପହଞ୍ଚି ଉକ୍ତ ଡକାୟତ ଗ୍ୟାଙ୍ଗର ସଦସ୍ୟକୁ କାବୁ କରିଥିଲେ । ପରେ ଗାଁ ଲୋକ ତାକୁ ଧରି ପୋଲିସ ଜିମା କରିଛନ୍ତି । ଘଟଣା ସ୍ଥଳରେ ଧର୍ମଗଡ ଏସଡିପିଓ ଧିରଜ ଚୋପଦାର, କୋକସରା ଆମପାଣି ପୋଲିସ ଛାନଭିନ୍‌ ଆରମ୍ଭ କରିଛି ।

Tags: