୨୨୦ କୋଟିର କୋକେନ ଜବତ ଘଟଣା,ନଜରରେ ୨୧ ନାବିକ

ପାରାଦୀପ : ପାରାଦୀପ ବନ୍ଦରରୁ ୨୨୦ କୋଟିର କୋକେନ ଜବତ ଘଟଣା I ନଜରବନ୍ଦିରେ ଅଛନ୍ତି ୨୧ ଭିଏତନାମ ନାବିକ I ଗୁରୁବାର ଦିନ ପାରାଦୀପ ବନ୍ଦରରୁ ଜାହାଜ ‘ଏମ୍‌ଭି ଦେବୀ’ରୁ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ଗୁଡ଼ି କରେ ସାଢେ ୫ କେଜିରୁ ଉର୍ଦ୍ଧ ନିଷ୍ସିଦ୍ଧ ଡ୍ରଗ୍ସ ଥିବା ଜଣାପଡିଥିଲା I ଯାଞ୍ଚ ପରେ ଏହା କୋକେନ ଏବଂ ଏହାର ଆନୁମାନିକ ମୂଲ୍ୟ ୨୨୦ କୋଟି ଟଙ୍କାରୁ ଉର୍ଧ୍ଵ ବୋଲି କଷ୍ଟମ ବିଭାଗ କହିଥିଲା […]

Samaya Live Picture
Published On

ପାରାଦୀପ : ପାରାଦୀପ ବନ୍ଦରରୁ ୨୨୦ କୋଟିର କୋକେନ ଜବତ ଘଟଣା I ନଜରବନ୍ଦିରେ ଅଛନ୍ତି ୨୧ ଭିଏତନାମ ନାବିକ I ଗୁରୁବାର ଦିନ ପାରାଦୀପ ବନ୍ଦରରୁ ଜାହାଜ ‘ଏମ୍‌ଭି ଦେବୀ’ରୁ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ଗୁଡ଼ି କରେ ସାଢେ ୫ କେଜିରୁ ଉର୍ଦ୍ଧ ନିଷ୍ସିଦ୍ଧ ଡ୍ରଗ୍ସ ଥିବା ଜଣାପଡିଥିଲା I ଯାଞ୍ଚ ପରେ ଏହା କୋକେନ ଏବଂ ଏହାର ଆନୁମାନିକ ମୂଲ୍ୟ ୨୨୦ କୋଟି ଟଙ୍କାରୁ ଉର୍ଧ୍ଵ ବୋଲି କଷ୍ଟମ ବିଭାଗ କହିଥିଲା I ତେବେ ବୋଝେଇ ହୋଇଥିବା ଜେଏସ୍‌ପିଏଲ୍‌ର ପ୍ରାୟ ୫ହଜାର ମେଟ୍ରିକ୍‌ ଟନ ଷ୍ଟିଲ କାର୍ଗୋ ସେମିତି ଜାହାଜ ଭିତରେ ରହିଛି। କାର୍ଗୋକୁ ଲାସିଂ (ହଲଚଲ ନହେବା ପାଇଁ ପ୍ୟାକିଂ କରାଯିବା) କରାଯାଇଛି। ଅପରପକ୍ଷେ ଏହି କୋକେନ୍‌ ଘଟଣାକୁ ନେଇ ନ୍ୟାୟ ପାଇଁ ଲଢ଼େଇ ପରିବାର ସଙ୍ଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାସ ଏନ୍‌ଏଚ୍‌ଆରସି (ଜାତୀୟ ମାନବିକ ଅଧିକାର କମିଶନ)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଆଧାରରେ ଏନ୍‌ଏଚ୍‌ଆରସି ୨୦୨୦୯/୨୦୨୩ ରେ ମାମଲା ରୁଜୁ ହୋଇଛି। ପାରାଦୀପ ବନ୍ଦରରେ ଏତେ ପରିମାଣରେ କୋକେନ୍‌ ଜବତ ହେବା ଏବଂ ଏଥିରେ ଜାତୀୟ ସ୍ବାର୍ଥ ଥିବାରୁ ତାକୁ ନିରପେକ୍ଷ ତଦନ୍ତ କରାଯିବା ପାଇଁ ଆବେଦନ କରାଯାଇଛି।

ସୂଚନାନୁସାରେ ଗତ ୨୯ ତାରିଖରେ ପାରାଦୀପ ପୋର୍ଟ PICT ବର୍ଥରେ ଜାହାଜ MV DEBI ଲାଗିଥିଲା। ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟରେ ପହଞ୍ଚିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା। ମାତ୍ର ତାହା ପୂର୍ବରୁ ଜାହାଜରୁ ସନ୍ଦେହଜନକ ଅବସ୍ଥାରେ କିଛି ପଦାର୍ଥ ମିଳିଥିବା ବେଳେ ଯାଞ୍ଚ ବେଳେ ତାହା କୋକେନ ବୋଲି ସ୍ପଷ୍ଟ ହୋଇଥିଲା।

Tags: