ଆତ୍ମସମର୍ପଣ କଲେ ୨୨ ମାଓବାଦୀ
ମାଲକାନଗିରି: ଭୁସୁଡୁଛି ଲାଲ ଦୁର୍ଗ । ମୁଖ୍ୟ ସ୍ରୋତ ଆଡକୁ ମୁହାଉଁଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୨୨ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଏକ ମାଓ ଦମ୍ପତି ନାମରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରିହିଥିଲା। ସେହିପରି ଅନ୍ୟ ଦୁଇ ଜଣ ଏସିଏମ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର […]
ମାଲକାନଗିରି: ଭୁସୁଡୁଛି ଲାଲ ଦୁର୍ଗ । ମୁଖ୍ୟ ସ୍ରୋତ ଆଡକୁ ମୁହାଉଁଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୨୨ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଏକ ମାଓ ଦମ୍ପତି ନାମରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରିହିଥିଲା। ସେହିପରି ଅନ୍ୟ ଦୁଇ ଜଣ ଏସିଏମ ନାମରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା।
ସେହିପରି ଅନ୍ୟ ଦୁଇ ଜଣ ଏସିଏମ ନାମରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହଯୋଗ କରାଯାଇଛି। ଏଥିସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।
ପୋଲିସର ଗୋଟିଏ ପରେ ଗୋଟିଏ ଏନକାଉଣ୍ଟରରେ ନିହତ ହେଲେଣି ଶତାଧିକ ମାଓବାଦୀ । ଜୀବନ ବଞ୍ଚାଇବାକୁ ଏବେ ବାଟ ଖୋଜୁଛନ୍ତି ମାଓବାଦୀ । ତେଣୁ ପୋଲିସ ନିକଟରେ ଆତ୍ମସମର୍ପଣ କଲେଣି ଶହ ଶହ ମାଓବାଦୀ ।




