ଗିରଫ ହେଲେ ନାଗ ଦମ୍ପତି

ଭୁବନେଶ୍ୱର : ଅର୍ଚ୍ଚନା ନାଗ ଗିରଫ I ୭ ଦିନିଆ ରିମାଣ୍ଡ ଅବଧି ସରିବାପରେ ଅର୍ଚ୍ଚନା ଙ୍କୁ ବାନ୍ଧିଛି ଇଡି I ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆଜି ତାଙ୍କୁ ହାଜର କରିବା ପରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ସେକ୍ସନ୍‌ ୧୯ରେ ଅଧୀନରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଛି । ଅର୍ଚ୍ଚନା ନାଗ ମାମଲାରେ ଇଡି ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା। ସୂଚନାନୁସାରେ,କମିସନରେଟ ପୁଲିସ ହାତରୁ ମାମଲା ସ୍ଥାନାନ୍ତରିତ ହେଲା ପରେ, ପ୍ରଥମ […]

Samaya Live Picture
Published On

ଭୁବନେଶ୍ୱର : ଅର୍ଚ୍ଚନା ନାଗ ଗିରଫ I ୭ ଦିନିଆ ରିମାଣ୍ଡ ଅବଧି ସରିବାପରେ ଅର୍ଚ୍ଚନା ଙ୍କୁ ବାନ୍ଧିଛି ଇଡି I ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆଜି ତାଙ୍କୁ ହାଜର କରିବା ପରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ସେକ୍ସନ୍‌ ୧୯ରେ ଅଧୀନରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଛି । ଅର୍ଚ୍ଚନା ନାଗ ମାମଲାରେ ଇଡି ପୂର୍ବରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା।

ସୂଚନାନୁସାରେ,କମିସନରେଟ ପୁଲିସ ହାତରୁ ମାମଲା ସ୍ଥାନାନ୍ତରିତ ହେଲା ପରେ, ପ୍ରଥମ ଥର ପାଇଁ ଗତ ୬ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଇଡି ୭ ଦିନିଆ ରିମାଣ୍ଡରେ ନେଇଥିଲା। ଗତକାଲି ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ସରିଥିଲା Iଏହି ରିମାଣ୍ଡ କାଳରେ ବିଭାଗୀୟ ଅଧିକାରୀମାନେ ଅର୍ଚ୍ଚନାଙ୍କୁ ଘନ ଘନ ଜେରା କରିଥିଲା I ରିମାଣ୍ଡ ସମୟରେ ଇଡିକୁ ଅର୍ଚ୍ଚନାଙ୍କ ପାଖରୁ ଅନେକ ତଥ୍ୟ ହସ୍ତଗତ ହୋଇଛି। ତେବେ ରିମାଣ୍ଡ ସମୟରେ ଅର୍ଚ୍ଚନା ଇଡ଼ିକୁ ସହଯୋଗ କରୁ ନଥିବା ଜଣା ପଡିଛି I ଏଥିପାଇଁ ଅର୍ଚ୍ଚନା ନାଗ ଓ ତାଙ୍କର ସ୍ବାମୀ ଜଗବନ୍ଧୁଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୁଣି ଥରେ ରିମାଣ୍ଡ ନେବାକୁ ଚାହୁଁଛି ଇଡି । ଏଥି ପାଇଁ ଜଗବନ୍ଧୁଙ୍କୁ ୧୫ ଦିନ ଓ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଛି ।

Tags: