ଆତ୍ମସମର୍ପଣ କଲେ ୨୦୮ ନକ୍ସଲ

ମାଲକାନଗିରି :ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ଏକା ଥରକେ ଆତ୍ମସମର୍ପଣ କରିଛନ୍ତି ୨୦୮ ମାଓବାଦୀ । ଆଜି ଛତିଶଗଡ ଜଗଦଳପୁର ଠାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଉପମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ଉପସ୍ଥିତିରେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟି ମେମ୍ବର ରୁପେଶ ନେତୃତ୍ୱରେ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ୧୫୩ଟି ମାରଣାସ୍ତ୍ର ସହ ଆତ୍ମସମର୍ପଣ କରିବାକୁ ପହଞ୍ଚିଥିଲେ ମାଓବାଦୀ । ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସରକାରଙ୍କ […]

ଆତ୍ମସମର୍ପଣ କଲେ ୨୦୮ ନକ୍ସଲ
Samaya Live Picture
Published On

ମାଲକାନଗିରି :ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ଏକା ଥରକେ ଆତ୍ମସମର୍ପଣ କରିଛନ୍ତି ୨୦୮ ମାଓବାଦୀ । ଆଜି ଛତିଶଗଡ ଜଗଦଳପୁର ଠାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ, ଉପମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ଉପସ୍ଥିତିରେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟି ମେମ୍ବର ରୁପେଶ ନେତୃତ୍ୱରେ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ୧୫୩ଟି ମାରଣାସ୍ତ୍ର ସହ ଆତ୍ମସମର୍ପଣ କରିବାକୁ ପହଞ୍ଚିଥିଲେ ମାଓବାଦୀ । ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆହ୍ୱାନକୁ ମାଓବାଦୀ ମାନେ ଗ୍ରହଣ କରି ଆତ୍ମସମର୍ପଣ କରୁଛନ୍ତି ।

ସେଣ୍ଟ୍ରାଲ କମିଟି ମେମ୍ବର ରୂପେଶଙ୍କ ନେତୃତ୍ଵରେ ୧୫୦ରୁ ଅଧିକ ମାଓବାଦୀ ବୀଜାପୁରରୁ ଚାଲି ଚାଲି ଆସି ଇନ୍ଦ୍ରାବତୀ ନଦୀ କୂଳରେ ଏକାଠି ହୋଇଥିଲେ । ସମସ୍ତଙ୍କୁ ସ୍ୱତନ୍ତ୍ର ବସ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜଗଦଲପୁର ନିଆଯାଇଥିଲା । ସେହିପରି କାଙ୍କେର ଜିଲ୍ଲାରେ ମଧ୍ୟ ବହୁ ନକ୍ସଲ ଆତ୍ମସମର୍ପଣ କରିବାକୁ ଆଗେଇ ଆସିଥିଲେ । ସେମାନଙ୍କୁ ମଧ୍ୟ ଜଗଦଲପୁର ନିଆଯାଇଥିଲା । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ଅସ୍ତ୍ର ବଦଳରେ ମାଓବାଦୀଙ୍କ ହାତରେ ରହିଥିଲା ଭାରତ ସମ୍ବିଧାନ ଏବଂ ଗୋଲାପ ଫୁଲ ।

ଦଣ୍ଡକାରଣ୍ୟ ଡିଭିଜନ ସଦସ୍ୟ ଭାସ୍କର ସହ ସାଥୀ ନକ୍ସଲମାନେ ଆତ୍ମସମର୍ପଣ ପାଇଁ ନଦୀ ଜଙ୍ଗଲ ରାସ୍ତା ପାର ହୋଇ ପହଞ୍ଚିଥିଲେ । ଇନ୍ଦ୍ରାବତୀ ଡିଭିଜନ ଓ ମାଡ ଡିଭିଜନର ନକ୍ସଲ ଆତ୍ମସମର୍ପଣ ପାଇଁ ଇନ୍ଦ୍ରାବତୀ ନଦୀ ଡେଇଁ ଚାଲି ଚାଲି ଯାଉଥିବା ବେଳେ ସେମାନଙ୍କୁ ପୁଲିସ ଓ ବିଏସଏଫ୍‍ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।

Tags: