୨୦୦ ଲିଟର ମଦ ଜବତ,୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସୁବର୍ଣ୍ଣପୁର : ଜବତ ହେଲା ୨୦୦ ଲିଟର ମଦ l ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ l ସୂଚନାନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମହୁଲେ ଗାଁର ଏକ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ l ବେଆଇନ ଦେଶୀ ମଦ ରନ୍ଧା ସ୍ଥାନରେ ରେଡ କରି ୪ଜଣଙ୍କୁ ଗିରଫ କରିଛି l ଗିରଫ ହୋଇଥିବା ଚାରି ଅଭିଯୁକ୍ତ ହେଲେ ମହୁଲେ ଗାଁର ବାବୁଲା ନନ୍ଦ, ଭାଗ୍ୟ ନନ୍ଦ, ପେରମା ବାଗ ଓ ସାବିତ୍ରୀ ମହାନନ୍ଦ l ସେମାନେ […]

Samaya Live Picture
Published On

ସୁବର୍ଣ୍ଣପୁର : ଜବତ ହେଲା ୨୦୦ ଲିଟର ମଦ l ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ l
ସୂଚନାନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମହୁଲେ ଗାଁର ଏକ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ l ବେଆଇନ ଦେଶୀ ମଦ ରନ୍ଧା ସ୍ଥାନରେ ରେଡ କରି ୪ଜଣଙ୍କୁ ଗିରଫ କରିଛି l ଗିରଫ ହୋଇଥିବା ଚାରି ଅଭିଯୁକ୍ତ ହେଲେ ମହୁଲେ ଗାଁର ବାବୁଲା ନନ୍ଦ, ଭାଗ୍ୟ ନନ୍ଦ, ପେରମା ବାଗ ଓ ସାବିତ୍ରୀ ମହାନନ୍ଦ l ସେମାନେ ବହୁ ଦିନରୁ ଏହି ଜଙ୍ଗଲରେ ଦେଶୀ ମଦ ରାନ୍ଧି ବେପାର କରୁଥିଲେ l ସେମାନଙ୍କ ଠାରୁ ପାଖାପାଖି ୨୦୦ ଲିଟର ଦେଶୀ ମଦ ଓ ମଦ ରନ୍ଧାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ l ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି l

Tags: