ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

ଫୁଲବାଣୀ : ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ । ଏଥିସହ ୨୨ ହଜାର ଟଙ୍କା ଜୋରିମାନା I ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସର କାରାଦଣ୍ଡ ଭୋଗିବେ ଅଭିଯୁକ୍ତ I ଏହାବାଦ ପୀଡିତା ନାବାଳିକାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦେବ I ଏହି ସଜା ଶୁଣାଇଛନ୍ତି ଫୁଲବାଣୀ ପକ୍ ସୋ କୋର୍ଟ । ୧୪ ଜଣଙ୍କ ସାକ୍ଷ୍ୟ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାଙ୍କ ବୟାନ ଆଧାରରେ ସଜା […]

Samaya Live Picture
Published On

ଫୁଲବାଣୀ : ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ । ଏଥିସହ ୨୨ ହଜାର ଟଙ୍କା ଜୋରିମାନା I ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସର କାରାଦଣ୍ଡ ଭୋଗିବେ ଅଭିଯୁକ୍ତ I ଏହାବାଦ ପୀଡିତା ନାବାଳିକାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦେବ I ଏହି ସଜା ଶୁଣାଇଛନ୍ତି ଫୁଲବାଣୀ ପକ୍ ସୋ କୋର୍ଟ । ୧୪ ଜଣଙ୍କ ସାକ୍ଷ୍ୟ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାଙ୍କ ବୟାନ ଆଧାରରେ ସଜା ହୋଇଛି ।

ସୂଚନାନୁସାରେ,୨୦୨୧ ମସିହା ମାର୍ଚ୍ଚ ୨ ତାରିଖରେ ନାବାଳିକା ନିଜ ମାଉସୀ ଘରରୁ ବୁଲିବା ପାଇଁ ଯାଇଥିଲେ I ସେଠାରେ ଗଣେଶ ପ୍ରଧାନଙ୍କ ସହ ତାଙ୍କର ଭେଟ ହୋଇଥିଲା। ଅଭିଯୁକ୍ତ ଗଣେଶ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ନାବାଳିକା ନିଖୋଜ ହେବାନେଇ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ବିଭିନ୍ନ ଆଡ଼େ ଖୋଜାଖୋଜି କରି ୧୫ ଦିନ ପରେ ଗଣେଶ ଓ ନାବାଳିକାଙ୍କୁ ସାରତାଗୁଡ଼ାର ଏକ ଘରୁ ପୋଲିସ ଉଦ୍ଧାର କରିଥିଲା । ଏଥିସହ ଏହି ମାମଲାରେ ପୁଲିସ୍‌ ଗଣେଶକୁ ଗିରଫ କରିଥିଲା ।

ଏହାପରେ ଫୁଲବାଣୀ ପୋସ୍କୋ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା I ୧୪ ଜଣଙ୍କ ସାକ୍ଷ୍ୟ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାଙ୍କ ବୟାନ ଆଧାରରେ ଉପରୋକ୍ତ ସଜା ଶୁଣାଇଛନ୍ତି ପକ୍ ସୋ କୋର୍ଟ I

Tags: