ନାବାଳିକା ଦୁଷ୍କର୍ମକାରିକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଜଗତସିଂପୁର :ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୪୫ ହଜାର ଟଙ୍କା ଜୋରିମାନା I ଜୋରିମାନା ଅନାଦେୟ ହେଲେ ଆହୁରି ଅଧିକ ୯ ମାସ ଭୋଗିବେ କାରାଦଣ୍ଡ I ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି ଜଗତସିଂପୁର ଜିଲ୍ଲା ସ୍ୱତନ୍ତ୍ର ପୋକସ କୋର୍ଟ I ୨୦୧୫ ମସିହାର ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି କୋର୍ଟ I ୧୪ ଜଣ ସାକ୍ଷୀଙ୍କ ବୟାନ ଓ ଧାରା ୩୬୫,୩୭୨,୩୭୬(ଡୀ),କୁ […]

Samaya Live Picture
Published On

ଜଗତସିଂପୁର :ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୪୫ ହଜାର ଟଙ୍କା ଜୋରିମାନା I ଜୋରିମାନା ଅନାଦେୟ ହେଲେ ଆହୁରି ଅଧିକ ୯ ମାସ ଭୋଗିବେ କାରାଦଣ୍ଡ I ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି ଜଗତସିଂପୁର ଜିଲ୍ଲା ସ୍ୱତନ୍ତ୍ର ପୋକସ କୋର୍ଟ I ୨୦୧୫ ମସିହାର ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି କୋର୍ଟ I ୧୪ ଜଣ ସାକ୍ଷୀଙ୍କ ବୟାନ ଓ ଧାରା ୩୬୫,୩୭୨,୩୭୬(ଡୀ),କୁ ଆଧାର କରି ମାନ୍ୟବର ବିଚାରପତି ଅଜୟ କୁମାର ମହାନ୍ତି ଏହି ଦଣ୍ଡାଦେଶ ଦେଇଛନ୍ତି । ଏହା ସହିତ ଜିଲ୍ଲା ଆଇନସେବା ପ୍ରାଧିକରଣ ନାବାଳିକାକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ,୨୦୧୫ ମସିହାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଜଣେ ୧୫ ବର୍ଷର ନାବାଳିକା ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ଅପହରଣ କରିଥିଲା କୁଜଙ୍ଗର ଅଭିଯୁକ୍ତ ଯୁଧିଷ୍ଠିର ପ୍ରଧାନ I ଯୁଧିଷ୍ଟିରଙ୍କ ସହିତ ଅନ୍ୟ ସହଯୋଗୀମାନେ ନାବାଳିକାଙ୍କୁ ଏକ ବୋଲେରୋ ଗାଡ଼ିରେ ସ୍କୁଲ ଯାଉଥିବା ବାଟରେ ଅପହରଣ କରିନେଇଥିଲେ I ତାଙ୍କୁ ପ୍ରଥମେ ଭୁବନେଶ୍ୱର ଓ ପରେ ଚେନ୍ନାଇ ନେଇଯାଇଥି ଅଭିଯୁକ୍ତ ଯୁଧିଷ୍ଠିର ଦୁଷ୍କର୍ମ କରିବା ସହ ଅନ୍ୟ ସାଥୀମାନଙ୍କୁ ଦୁଷ୍କର୍ମ କରିବାକୁ ପ୍ରୋତ୍ସାହନ ଦେଇଥିଲା। କୌଶଳକ୍ରମେ ଉକ୍ତ ନାବାଳିକା ଚେନ୍ନାଇରୁ ଓଡିଶାକୁ ଖସି ପଳାଇ ଆସି କୁଜଙ୍ଗ ଥାନାରେ ଏନେଇ ଅଭିଯୋଗ କରିଥିଲା । ତେବେ ଏମାମଲାରେ ଗତକାଲି ଏହାର ବିଚାର କରି ମାନ୍ୟବର ଅଦାଲତ ପୀଡିତାକୁ ନ୍ୟାୟ ପ୍ରଦାନ କରିଛନ୍ତି। ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୪୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି ୯ ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକସ କୋର୍ଟ।

Tags: