ଛାତ୍ରୀଙ୍କୁ ବଳାତ୍କାର,ଟ୍ୟୁସନ ସାରଙ୍କୁ ୨୦ ବର୍ଷ ଜେଲଦଣ୍ଡ

ଯାଜପୁର : ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ସାରଙ୍କ ବଳାତ୍କାର I ଏହି ଘଟଣାରେ ବୁଧବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି ଯାଜପୁର ଅତିରିକ୍ତ ଜିଲା ଦୌରା ଓ ପୋକ୍‌ସୋ ସ୍ୱତନ୍ତ୍ର କୋର୍ଟ – ୨ । ଜଣେ ପଞ୍ଚମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଅଭିଯୁକ୍ତ ଟ୍ୟୁସନ ସାର ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା I ଘଟନାନୁସାରେ,କୋରାଇ ଥାନା ଅଞ୍ଚଳର ତୁଳସୀପୁର ଗ୍ରାମର ଟ୍ୟୁସନ […]

Samaya Live Picture
Published On

ଯାଜପୁର : ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ସାରଙ୍କ ବଳାତ୍କାର I ଏହି ଘଟଣାରେ ବୁଧବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି ଯାଜପୁର ଅତିରିକ୍ତ ଜିଲା ଦୌରା ଓ ପୋକ୍‌ସୋ ସ୍ୱତନ୍ତ୍ର କୋର୍ଟ – ୨ । ଜଣେ ପଞ୍ଚମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଅଭିଯୁକ୍ତ ଟ୍ୟୁସନ ସାର ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା I

ଘଟନାନୁସାରେ,କୋରାଇ ଥାନା ଅଞ୍ଚଳର ତୁଳସୀପୁର ଗ୍ରାମର ଟ୍ୟୁସନ ସାର ବିଶ୍ୱନାଥ ବାରିକଙ୍କ ଘରକୁ ଅନ୍ୟ ପିଲାଙ୍କ ସହିତ ପୀଡିତ ପଞ୍ଚମ ଶ୍ରେଣୀ ଛାତ୍ରୀ ପାଠ ପଢିବାକୁ ଆସୁଥିଲେ I ୨୦୨୧ ମାର୍ଚ୍ଚ ୧୬ରେ ଟ୍ୟୁସନ ସାର ବିଶ୍ୱନାଥ ଅନ୍ୟ ଜଣେ ଟ୍ୟୁସନ ପିଲାକୁ ଘର ବାରଣ୍ଡାରେ ଜଗାଇ ସେ ନାବାଳିକା ଛାତ୍ରୀଙ୍କୁ ଘର ଭିତରକୁ ନେଇ କରିଥିଲେ। ସେହି ସମୟରେ ଅଭିଯୁକ୍ତ ବିଶ୍ୱନାଥଙ୍କ ଘରେ କୌଣସି ସଦସ୍ୟ ଉପସ୍ଥିତ ନ ଥିଲେ। ପରେ ଅଭିଯୁକ୍ତ ନାବାଳିକାଙ୍କୁ ଶହେ ଟଙ୍କା ଦେଇ ଏହି ଘଟଣାକୁ କାହାରିକୁ ନ କହିବା ପାଇଁ କହିଥିଲେ। ମାତ୍ର ନାବାଳିକ ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ପାଖରେ କହିବା ପରେ ଏ ସଂକ୍ରାନ୍ତରେ କୋରାଇ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା(ନଂ.ନ୮୪/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ୧୯ଜଣ ସାକ୍ଷୀଙ୍କ ସାକ୍ଷକୁ ଭିତ୍ତିକରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଜିଲା ଆଇନ୍‌ ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାଟିକୁ ସରକାରୀ ଓକିଲ ରାଜେନ୍ଦ୍ର କୁମାର ନାୟକ ପରିଚାଳନା କରିଥିବାବେଳେ ପୋକସ ଆଡ଼-ହକ ଅତିରିକ୍ତ ଜିଲ୍ଲା ଦୌରା ଜଜ ବିଜୟ କୁମାର ଜେନା ଏହି ରାୟ ଶୁଣାଇଛନ୍ତି I

Tags: