ATM ତାଡି ୨୦ ଲକ୍ଷ ଟଙ୍କା ଲୁଟ
ବାଲେଶ୍ୱର : ମାଟିଲେ ଏଟିଏମ ଲୁଟେରା I ଗତକାଲି ବିଳମ୍ବିତ ରାତିରେ ଗ୍ୟାସ କଟରରେ ଏଟିଏମ କାଟି ଲୁଟି ନେଇଛନ୍ତି ୨୦ ଲକ୍ଷ ଟଙ୍କା I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ବାହାନଗା ବଜାରରେ ଥିବା ଏସବିଆଇ ଏଟିଏମରେ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ତେବେ ଦୁର୍ବୃତ୍ତମାନେ ଏଟିଏମରୁ ୨୦ ଲକ୍ଷ ଲୁଟି ନେଇଥିବା ଜଣାପଡ଼ିଛି । ଏହା ପରେ ଏଟିଏମ ଘରର ସଟର […]
ବାଲେଶ୍ୱର : ମାଟିଲେ ଏଟିଏମ ଲୁଟେରା I ଗତକାଲି ବିଳମ୍ବିତ ରାତିରେ ଗ୍ୟାସ କଟରରେ ଏଟିଏମ କାଟି ଲୁଟି ନେଇଛନ୍ତି ୨୦ ଲକ୍ଷ ଟଙ୍କା I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ବାହାନଗା ବଜାରରେ ଥିବା ଏସବିଆଇ ଏଟିଏମରେ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ତେବେ ଦୁର୍ବୃତ୍ତମାନେ ଏଟିଏମରୁ ୨୦ ଲକ୍ଷ ଲୁଟି ନେଇଥିବା ଜଣାପଡ଼ିଛି । ଏହା ପରେ ଏଟିଏମ ଘରର ସଟର ପକାଇ ସେଠାରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତମାନେ । ଏହି ଘଟଣାରେ କାହାକୁ କିଛି ଜଣ ପଡ଼ିନଥିବାବେଳ ଆଜି ସକାଳେ ଲୋକମାନେ ଏଟିଏମ୍ରେ କୁ ଗଲାବେଳେ ଏହି ଘଟଣା ଦେଖିଥିଲେ I ଖବର ପାଇ ଖନ୍ତାପଡ଼ା ଓ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାର ଅନୁସନ୍ଧାନ ଜାରି ରଖିଛି ।




