ରାଜଧାନୀରୁ ୨ ଯୁବତୀ ବ୍ରାଉନ ସୁଗାର ବେପାରୀ ଗିରଫ
ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ୨ ବ୍ରାଉନ ସୁଗାର ବେପାରୀ I ଭୁବନେଶ୍ବରରେ ଘର ଭଡ଼ା ନେଇ ଚଳାଉଥିଲେ ନିଶା କାରବାର। ସେମାନଙ୍କ ନିକଟରୁ ୫୦୦ ଗ୍ରାମରୁ ଉର୍ଧ୍ଵ ଧଳା ଯାହାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି I ଏହି ୨ ଯୁବତୀ ହେଉଛନ୍ତି କୋଣାର୍କ ର ପ୍ରଜ୍ଞା ସ୍ୱାଇଁ ଓ ବାଲେଶ୍ବର ବସ୍ତା ଅଞ୍ଚଳର କରିସ୍ମା ରାଉତ I ସେମାନଙ୍କ ନିକଟରୁ ଏକ ଲାପଟୋପ […]
ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ୨ ବ୍ରାଉନ ସୁଗାର ବେପାରୀ I ଭୁବନେଶ୍ବରରେ ଘର ଭଡ଼ା ନେଇ ଚଳାଉଥିଲେ ନିଶା କାରବାର। ସେମାନଙ୍କ ନିକଟରୁ ୫୦୦ ଗ୍ରାମରୁ ଉର୍ଧ୍ଵ ଧଳା ଯାହାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି I ଏହି ୨ ଯୁବତୀ ହେଉଛନ୍ତି କୋଣାର୍କ ର ପ୍ରଜ୍ଞା ସ୍ୱାଇଁ ଓ ବାଲେଶ୍ବର ବସ୍ତା ଅଞ୍ଚଳର କରିସ୍ମା ରାଉତ I ସେମାନଙ୍କ ନିକଟରୁ ଏକ ଲାପଟୋପ ସହିତ ୨ଟି ମୋବାଇଲ କରାଯାଇଛି I ୨ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ ।
ସୂଚନାନୁସାରେ,ଗିରଫ ୨ ଯୁବତୀ ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳରେ ଏକ ଭଡାଘର ନେଇ ରହୁଥିଲେ I ଏମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରରେ ଏକ ଆଇଟି ସେକ୍ଟରରେ ଚାକିରୀ କରୁଥିବାବେଳେ ଅନ୍ୟଜଣେ ଖୋର୍ଦ୍ଧାରେ ଲଜିଷ୍ଟିକ କମ୍ପାନୀରେ କ୍ଳର୍କ ଭାବରେ ଚାକିରୀ କରିଛନ୍ତି I ସେମାନେ ଦୀର୍ଘ ଦିନ ଧରି ଏହି କାରବାର ଚଳାଇ ଆସୁଥିଲେ I ଗିରଫ ଦୁଇ ଯୁବତୀ ପ୍ରାୟତଃ କର୍ପୋରେଟ ଅଫିସ ଗୁଡିକରେ ବ୍ରାଉନସୁଗାର କାରବାର କରନ୍ତି ବୋଲି ଜଣା ପଡିଛି I ଏନେଇ ପୋଲିସ କମିଶନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି I




