ହାତୀ ଦାନ୍ତ ଜବତ ସହ ୨ ବେପାରୀ ଅଟକ
କଲ୍ୟାଣସିଂହପୁର: ହାତୀଦାନ୍ତ ଚୋରା ଚାଲାଣ ବେଳେ ଜବତ କଲା ପୋଲିସ I ଏହା ସହ ବେଆଇନ ହାତୀଦାନ୍ତ କାରବାରରେ ଲିପ୍ତ ଥିବା ୨ ବେପାରୀଙ୍କୁ ଅଟକ ରଖିଛି ରାୟଗଡା ବନଖଣ୍ଡ କଲ୍ୟାଣସିଂହପୁର ରେଞ୍ଜରେ ବନବିଭାଗ I ସୂଚନାନୁସାରେ,ନାରାୟଣପୁର ପଞ୍ଚାୟତର ଶିବମନ୍ଦିରହାତୀଦାନ୍ତ ଚୋରା ଚାଲାଣ ନେଇ ରାୟଗଡା ବନଖଣ୍ଡ ଅଧିକାରୀଙ୍କୁ ସୂଚନା ମିଳିଥିଲା I ଯୋଜନା ମୁତାବକ ଗୁଡାରି ରେଞ୍ଜର , ରାୟଗଡା ରେଞ୍ଜରଙ୍କ ସହିତ କଲ୍ୟାଣସିଂହପୁର ବନପାଳ ମିଳିତ ଭାବରେ ନାରାୟଣପୁର ପଞ୍ଚାୟତର ଶିବମନ୍ଦିରରେ ଚଢ଼ାଉ କରିଥିଲେ। […]
କଲ୍ୟାଣସିଂହପୁର: ହାତୀଦାନ୍ତ ଚୋରା ଚାଲାଣ ବେଳେ ଜବତ କଲା ପୋଲିସ I ଏହା ସହ ବେଆଇନ ହାତୀଦାନ୍ତ କାରବାରରେ ଲିପ୍ତ ଥିବା ୨ ବେପାରୀଙ୍କୁ ଅଟକ ରଖିଛି ରାୟଗଡା ବନଖଣ୍ଡ କଲ୍ୟାଣସିଂହପୁର ରେଞ୍ଜରେ ବନବିଭାଗ I
ସୂଚନାନୁସାରେ,ନାରାୟଣପୁର ପଞ୍ଚାୟତର ଶିବମନ୍ଦିରହାତୀଦାନ୍ତ ଚୋରା ଚାଲାଣ ନେଇ ରାୟଗଡା ବନଖଣ୍ଡ ଅଧିକାରୀଙ୍କୁ ସୂଚନା ମିଳିଥିଲା I ଯୋଜନା ମୁତାବକ ଗୁଡାରି ରେଞ୍ଜର , ରାୟଗଡା ରେଞ୍ଜରଙ୍କ ସହିତ କଲ୍ୟାଣସିଂହପୁର ବନପାଳ ମିଳିତ ଭାବରେ ନାରାୟଣପୁର ପଞ୍ଚାୟତର ଶିବମନ୍ଦିରରେ ଚଢ଼ାଉ କରିଥିଲେ।
ସେହି ସମୟରେ ୨ ବେପାରୀ ଦୁଇଜଣ ସୁରେନ୍ଦ୍ର ନାହାକ, ଶଙ୍କର କଣ୍ଡାଗରୀଙ୍କ ନିକଟରୁ ୨ଟି ହାତୀଦାନ୍ତ ଉଦ୍ଧାର କରାଯାଇ ଉଭୟଙ୍କୁ ନିଜ ହେପାଜତକୁ ନେଇଥିଲା ରାୟଗଡା ବନ ବିଭାଗ I ସୁରେନ୍ଦ୍ର ନାହାକ କଲ୍ୟାଣସିଂହପୁର ଅଞ୍ଚଳରେ ରହି ମସଲା ବ୍ୟବସାୟ କରୁଥିବା ବେଳେ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା ଗାଁ ଶଙ୍କର କଣ୍ଡାଗରୀ ସେ ବିଜୁଳି ବିଭାଗରେ ବିଷମ କଟକରେ କାର୍ଯ୍ୟରତ ଥିଲେ ।




