ରହସ୍ୟ ଘେରରେ +୨ ଛାତ୍ରୀଙ୍କ ମୃତ୍ୟୁ
ଭୁବନେଶ୍ୱର : ହୋଟେଲ ବାରରେ +୨ କଲେଜ ଛାତ୍ରୀଙ୍କର ମୃତ୍ୟୁକୁ ନେଇ ବଢୁଛି ରହସ୍ୟ I ଛାତ୍ରୀ ଜଣକ ରମାଦେବୀ କଲେଜରେ +୨ ପଢୁଥିଲେ I ତାଙ୍କ ନାଁ ଶୁଭଲକ୍ଷ୍ମୀ ସାହୁ I ଘର ଭଦ୍ରକ କୁଆବାଗ ସାହିରେ I ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି I ଘଟନାନୁସାରେ,ଶନିବାର ଦିନ ସମୟରେ ଭୁବନେଶ୍ୱର କଟକ ରୋଡରେ ଥିବା ଦିପାଲୀ ହୋଟେଲର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଜଣେ ଯୁବତୀଙ୍କ […]
ଭୁବନେଶ୍ୱର : ହୋଟେଲ ବାରରେ +୨ କଲେଜ ଛାତ୍ରୀଙ୍କର ମୃତ୍ୟୁକୁ ନେଇ ବଢୁଛି ରହସ୍ୟ I ଛାତ୍ରୀ ଜଣକ ରମାଦେବୀ କଲେଜରେ +୨ ପଢୁଥିଲେ I ତାଙ୍କ ନାଁ ଶୁଭଲକ୍ଷ୍ମୀ ସାହୁ I ଘର ଭଦ୍ରକ କୁଆବାଗ ସାହିରେ I ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି I
ଘଟନାନୁସାରେ,ଶନିବାର ଦିନ ସମୟରେ ଭୁବନେଶ୍ୱର କଟକ ରୋଡରେ ଥିବା ଦିପାଲୀ ହୋଟେଲର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଜଣେ ଯୁବତୀଙ୍କ ମୃତଦେହ । ଛାତ୍ରୀ ଜଣକ ଶୁକ୍ରବାର ଦିନ ରାତ୍ରୀ ୩.୨୦ରେ ହୋଟେଲ ରେ ବିଶ୍ରାମ ନେବାକୁ ଆସିଥିଲେ I କିନ୍ତୁ ଶନିବାର ମଧ୍ୟାହ୍ନ ସୁଦ୍ଧା ରହୁଥିବା ରୁମର କବାଟ ନଖୋଲିବାରୁ ହୋଟେଲ ମାଲିକ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଆସି ରୁମର କବାଟ ଭାଙ୍ଗିବା ପରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିବା ଶୁଭଲକ୍ଷ୍ମୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।
ଏଠାରେ ପ୍ରଶ୍ନ ଉଠୁଛି ରାଜଧାନୀରେ ଯୁକ୍ତ ଦୁଇ ପଢୁଥିବା ଛାତ୍ରୀ ଏତେ ରାତିରେ ହୋଟେଲକୁ କାହିଁକି ଯାଇଥିଲେ? କିଏ ତାଙ୍କୁ ସେଠାକୁ ଡାକିଥିଲା? ନା ଉକ୍ତ ହୋଟେଲରେ ଥିବା ବାର୍ ରେ କାମ କରୁଥିଲେ ଶୁଭଲକ୍ଷ୍ମୀ? ଶୁଭଲଷ୍ମୀ ଏଠାକୁ ଏକୁଟିଆ ଆସିଥିଲେ ନା ସାଙ୍ଗରେ ଆଉ କିଏ ଥିଲେ? ଏହିଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି କମିଶନରେଟ ପୋଲିସ I
ଅନ୍ୟପଟେ ଝିଅର ଏଭଳି ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ଲୋକେ ନାନା ପ୍ରଶ୍ନ ଉଠାଇବା ସହିତ ହତ୍ୟା ଅଭିଯୋଗ ଆଣିଛନ୍ତି I ଶୁଭଲକ୍ଷ୍ମୀଙ୍କ ବାପା କହିଛନ୍ତି, ତାଙ୍କ ଝିଅ କାହିଁକି ଏହି ହୋଟେଲ୍କୁ ଆସିଥିଲା ସେ ଜାଣିନାହାନ୍ତି । ଗତ ୩ ତାରିଖରେ ଘରୁ ଭୁବନେଶ୍ୱର ଆସିଥିଲେ । ଏଠି ସେ କିଛି ସାଙ୍ଗଙ୍କ ସହ ମେସ୍ କରି ରହୁଥିଲେ। ଶୁଭଲକ୍ଷ୍ମୀଙ୍କ ମୋବାଇଲ ଫୋନ୍କୁ ଯାଂଚ କରାଗଲେ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି I
ଏହି ଘଟଣାରେ ଲକ୍ଷ୍ମୀ ସାଗର ଥାନା ପୁଲିସ୍ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ରହସ୍ୟ ଫିଟିନଥିବା ବେଳେ ୧୦ ଜଣଙ୍କୁ ପୁଲିସର ଜେରା କରିଛି । ହେଲେ ଘଟଣା ସଂପର୍କରେ ପୁଲିସ୍ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହିଁ।




