ବାଇକ ଚୋରି ଅଭିଯୋଗରେ ୨ ଛାତ୍ର ଗିରଫ,୫ ବାଇକ ଉଦ୍ଧାର
କେନ୍ଦୁଝର : କେନ୍ଦୁଝର ଟାଉନରେ ଦିନକୁ ଦିନ ବୃଦ୍ଧି ପାଉଛି ବାଇକ ଚୋରି I ଚୋରି ଅଭିଯୋଗରେ ୨ ଛାତ୍ର ଗିରଫ I ସେମାନଙ୍କ ବୟାନ ଅନୁସାରେ ଆଜି ବିଭିନ୍ନ ଅଞ୍ଚଳରୁ କେନ୍ଦୁଝର ଟାଉନ ଥାନା ପୋଲିସ ୫ଟି ଚୋରି ବାଇକ ଉଦ୍ଧାର କରିଛି I ଏହାଛଡା ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଉ ୪ଜଣଙ୍କୁ ରବିବାର ରାତିରୁ ଅଟକ ରଖିଛି ପୋଲିସ I ବାଇକ ଚୋରିରେ ସମ୍ପୃକ୍ତ ଥିବା ୨ ଛାତ୍ର ହେଲେ ଦୀପଙ୍କର […]
କେନ୍ଦୁଝର : କେନ୍ଦୁଝର ଟାଉନରେ ଦିନକୁ ଦିନ ବୃଦ୍ଧି ପାଉଛି ବାଇକ ଚୋରି I ଚୋରି ଅଭିଯୋଗରେ ୨ ଛାତ୍ର ଗିରଫ I ସେମାନଙ୍କ ବୟାନ ଅନୁସାରେ ଆଜି ବିଭିନ୍ନ ଅଞ୍ଚଳରୁ କେନ୍ଦୁଝର ଟାଉନ ଥାନା ପୋଲିସ ୫ଟି ଚୋରି ବାଇକ ଉଦ୍ଧାର କରିଛି I ଏହାଛଡା ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଉ ୪ଜଣଙ୍କୁ ରବିବାର ରାତିରୁ ଅଟକ ରଖିଛି ପୋଲିସ I ବାଇକ ଚୋରିରେ ସମ୍ପୃକ୍ତ ଥିବା ୨ ଛାତ୍ର ହେଲେ ଦୀପଙ୍କର ଗୋଛାୟତ (୧୯) ଓ ରାଜୀବ ଗୋପ (୨୧) I ଦୁହିଁଙ୍କୁ ସୋମବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଟାଉନ ଥାନା ଅଧିକାରୀ ରମାକାନ୍ତ ସାଏ କହିଛନ୍ତି।
ସୂଚନାନୁସାରେ,କେନ୍ଦୁଝର ଟାଉନରେ ଦିନକୁ ଦିନ ବାଇକ ଚୋରି ମାମଲା ବୃଦ୍ଧି ପାଉଥିଲା I ମାତ୍ର ପୋଲିସ ଏହାର କୌଣସି ସନ୍ଧାନ ପାଉନଥିଲା । ଏହାକୁ ନେଇ ପୋଲିସ ପକ୍ଷରୁ କେନ୍ଦୁଝର ଟାଉନର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା I ଏହି ସମୟରେ ବିଭିନ୍ନ ସ୍ଥାନରୁ ୫ ଟି ବାଇକ ଉଦ୍ଧାର କରିବା ସହିତ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖା ଯାଇଥିଲା I ଗିରଫ ଦୁଇ ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରୁ ଦୀପଙ୍କର ଡିମ୍ବୋସ୍ଥିତ କେନ୍ଦୁଝର ଯାନ୍ତ୍ରିକ ବିଦ୍ୟାଳୟର ଦ୍ୱିତୀୟବର୍ଷ ଛାତ୍ର ଥିବା ବେଳେ ରାଜୀବ ବଡବିଲ ମହାବିଦ୍ୟାଳୟର ସ୍ନାତକ ଛାତ୍ର ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଏହି ବାଇକ୍ ଚୋରି ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମଧ୍ୟ କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟର ଛାତ୍ର ହୋଇଥିବା ବେଳେ ସେ ଫେରାର ଥିବାରୁ ତାକୁ ଗିରଫ କରିବା ପାଇଁ ଟାଉନ ଥାନା ପୁଲିସର ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ସାଏ କହିଛନ୍ତି।




