ପୀତବାସ ହତ୍ୟା ମାମଲା ଲଢ଼ିବେ ୨ ବରିଷ୍ଠ ଓକିଲ
ଫୁଲବାଣୀ ଜେଲ୍କୁ ସ୍ଥାନାନ୍ତର ହେଲେ ଅଭିଯୁକ୍ତ ପିଣ୍ଟୁ ଦାଶ ବ୍ରହ୍ମପୁର : ହାଇପ୍ରୋଫାଇଲ ପୀତବାସ ପଣ୍ଡା ହତ୍ୟା ମାମଲା ଲଢ଼ିବେ ଦୁଇ ସ୍ବତନ୍ତ୍ର ବରିଷ୍ଠ ସରକାରୀ ଓକିଲ। ହାଇକୋର୍ଟର ଦୁଇ ବରିଷ୍ଠ ସରକାରୀ ଓକିଲ ମାମଲା ଲଢ଼ିବା ନେଇ ଚିଠି ଲେଖିଛନ୍ତି ବ୍ରହ୍ମପୁର ଏସପି। CID-CB ଡିଜିଙ୍କୁ ଲେଖିଥିବା ଚିଠିରେ ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର ଓ ଅବିନାଶ ପାଢ଼ୀଙ୍କୁ ମାମଲା ପରିଚାଳନା କରିବାକୁ ନିବେଦନ କରାଯାଇଛି। ବ୍ରହ୍ମପୁର କୋର୍ଟରେ ମାମଲାର ପରିଚାଳନା ଏବଂ ଆଇନଗତ ପରାମର୍ଶ […]
ଫୁଲବାଣୀ ଜେଲ୍କୁ ସ୍ଥାନାନ୍ତର ହେଲେ ଅଭିଯୁକ୍ତ ପିଣ୍ଟୁ ଦାଶ
ବ୍ରହ୍ମପୁର : ହାଇପ୍ରୋଫାଇଲ ପୀତବାସ ପଣ୍ଡା ହତ୍ୟା ମାମଲା ଲଢ଼ିବେ ଦୁଇ ସ୍ବତନ୍ତ୍ର ବରିଷ୍ଠ ସରକାରୀ ଓକିଲ। ହାଇକୋର୍ଟର ଦୁଇ ବରିଷ୍ଠ ସରକାରୀ ଓକିଲ ମାମଲା ଲଢ଼ିବା ନେଇ ଚିଠି ଲେଖିଛନ୍ତି ବ୍ରହ୍ମପୁର ଏସପି। CID-CB ଡିଜିଙ୍କୁ ଲେଖିଥିବା ଚିଠିରେ ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର ଓ ଅବିନାଶ ପାଢ଼ୀଙ୍କୁ ମାମଲା ପରିଚାଳନା କରିବାକୁ ନିବେଦନ କରାଯାଇଛି।
ବ୍ରହ୍ମପୁର କୋର୍ଟରେ ମାମଲାର ପରିଚାଳନା ଏବଂ ଆଇନଗତ ପରାମର୍ଶ ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ପ୍ରସ୍ୟୁକେଟର ନିଯୁକ୍ତି ପାଇଁ CID-CB ଡିଜିଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏସ. ପି । କାଳୀଚରଣ ମିଶ୍ର CBIର ପୂର୍ବତନ ଅତିରିକ୍ତ ଆଇନ ପରାମର୍ଶଦାତା ରହିଥିବାବେଳେ ବହୁଚର୍ଚ୍ଚିତ ‘ଅଞ୍ଜନା ମିଶ୍ର’ ମାମଲାର ପରିଚାଳନା କରିଥିଲେ। ସେହିପରି ଅବିନାଶ ପାଢ଼ୀଙ୍କର ବହୁ ଅପରାଧିକ ମାମଲା ଲଢ଼ିବା ଅଭିଜ୍ଞତା ରହିଛି। ତେଣୁ ପୀତବାସ ମାମଲାକୁ ଏମାନେ ପରିଚାଳନା କରନ୍ତୁ ବୋଲି ବ୍ରହ୍ମପୁର ଏସପି ଚିଠି କରିଛନ୍ତି। ବୈଦ୍ୟନାଥପୁର ପିଏସ୍ କେସ୍ ନମ୍ବର ୫୧୮ ତାରିଖ ୦୬.୧୦.୨୦୨୫ ଧାରା ୧୦୩(୨)/୩(୫) ବିଏନ୍ଏସ୍ ର/ଡବ୍ଲୁ ଧାରା ୨୫(୧-ବି)/୨୭ ଆର୍ମସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି ।
ସେପଟେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅନ୍ୟତମ ଅଭିଯୁକ୍ତ ପୂର୍ବତନ ମେୟର ତଥା ସ୍ୱାଧୀନ ପ୍ରାର୍ଥୀ ପିଣ୍ଟୁ ଦାଶଙ୍କୁ ବ୍ରହ୍ମପୁର ଜେଲ୍ରୁ ସ୍ଥାନାନ୍ତର କରାଯାଇଛି । କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ ଅଭିମୁଖେ ତାଙ୍କୁ ନିଆଯାଇଛି। ପୀତବାସ ହତ୍ୟା ମାମଲାରେ ପିଣ୍ଟୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହୁଥିଲେ। ସ୍ଥାନାନ୍ତର ନେଇ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା । ବ୍ରହ୍ମପୁର ଜେଲ୍ ଅଧୀକ୍ଷକଙ୍କ ଆବେଦନକୁ କୋର୍ଟ ଗ୍ରହଣ କରି ଫୁଲବାଣୀ ଜେଲ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ଏକ ସମ୍ବେଦନ ଶୀଳ ମାମଲା ହୋଇଥିବାରୁ ଏମାନଙ୍କୁ ନିଯୁକ୍ତି ପାଇଁ ଗୃହ ବିଭାଗକୁ ସୁପାରିଶ ପାଇଁ ଜଣାଇଛନ୍ତି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ମୋଟ ୧୪ଜଣ ଗିରଫ ହୋଇଛନ୍ତି । ବିକ୍ରମ ପଣ୍ଡାଙ୍କ ପାଇଁ ୫୪ଜଣ ଓକିଲ ଲଢିବେ ବୋଲି କୁହାଯାଇଥିଲା । ଏହାକୁ ନେଇ ବ୍ରହ୍ମପୁର ଏସପି ଏବେ ବରିଷ୍ଠ ଆଇନଜୀବୀଙ୍କୁ ନିୟୋଜିତ କରିବାକୁ ନିବେଦନ କରିଛନ୍ତି ।




