୨ ରାଜନେତାଙ୍କୁ ଗାଡି ଚଢାଇ ହତ୍ୟା ଘଟଣା,ସନ୍ଧ୍ୟା ସୁଦ୍ଧା ହେବ ଖୁଲାସା – ଏସପି
ସମ୍ବଲପୁର : ସମ୍ବଲପୁର କଣ୍ଟାପାଲିରେ ଦୁଇ ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା ଘଟଣା । ଜେରା ବେଳେ ଡ୍ରାଇଭରଙ୍କ ଚାଞ୍ଚଲ୍ୟକର ବୟାନ । ଇଛା ହେଲା, ସେଥିପାଇଁ ମାରିଦେଲି ବୋଲି ଜେରା ବେଳେ କହିଛନ୍ତି ହାଇଓ୍ୱା ଡ୍ରାଇଭର । ଜେରା ବେଳେ ଡ୍ରାଇଭର ଜଣଙ୍କ କହିଛନ୍ତି ଯେ, ପ୍ରଥମେ ମୁଁ ଅଜାଣତରେ ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲି । ପରେ ଭୟରେ ସେମାନଙ୍କୁ ଗାଡି ଚଢାଇ ମାରିଦେଇଥିବା କହିଛି । ଗତ ଶନିବାର ବିଳମ୍ବିତ ରାତିରେ […]
ସମ୍ବଲପୁର : ସମ୍ବଲପୁର କଣ୍ଟାପାଲିରେ ଦୁଇ ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା ଘଟଣା । ଜେରା ବେଳେ ଡ୍ରାଇଭରଙ୍କ ଚାଞ୍ଚଲ୍ୟକର ବୟାନ । ଇଛା ହେଲା, ସେଥିପାଇଁ ମାରିଦେଲି ବୋଲି ଜେରା ବେଳେ କହିଛନ୍ତି ହାଇଓ୍ୱା ଡ୍ରାଇଭର । ଜେରା ବେଳେ ଡ୍ରାଇଭର ଜଣଙ୍କ କହିଛନ୍ତି ଯେ, ପ୍ରଥମେ ମୁଁ ଅଜାଣତରେ ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲି । ପରେ ଭୟରେ ସେମାନଙ୍କୁ ଗାଡି ଚଢାଇ ମାରିଦେଇଥିବା କହିଛି ।
ଗତ ଶନିବାର ବିଳମ୍ବିତ ରାତିରେ ସମ୍ବଲପୁରରେ ଏକ ହାଇୱା ଧକ୍କାରେ ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା। ତେବେ ତାହା ଦୁର୍ଘଟଣା ନୁହେଁ, ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା ବୋଲି ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି। ହାଇୱା ଡ୍ରାଇଭର ଜାଣିଶୁଣି କାର୍କୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା଼ ପୂରା ଘଟଣା ଉପରୁ ପରଦା ହଟିବ ଓ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି କହିଛନ୍ତି ଏସ୍ପି। । ପୋଲିସର ପ୍ରାଥମିକ ତଦନ୍ତ ବେଳେ ହାଇଓ୍ୱା ଡ୍ରାଇଭର ଜଣଙ୍କ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଯାହାକୁ ସମସ୍ତେ ସହଜରେ ବିଶ୍ୱାସ କରିପାରୁନାହାନ୍ତି ।
ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଏସ୍ପି କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ଉକ୍ତ ଦୁର୍ଘଟଣା ଘଟାଯାଇଛି। ହାଇୱା ଡ୍ରାଇଭର ଜାଣିଶୁଣି କାର୍କୁ ପିଟିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହେଉଛି। ତେବେ ବିନା ବଚସା, ବିନା ପାଟିତୁଣ୍ଡରେ ଜାତୀୟ ରାଜପଥରୁ ଓହ୍ଲାଇ ଗାଁ ରାସ୍ତାରେ ପଶି ମାରିବାର କାରଣ କଣ । ତାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେବି ପୋଲିସ ଅନ୍ୟ ଦିଗକୁ ନେଇ ବି ଛାନ୍ଭିନ୍ ଜାରି ରଖିଛି । ପୋଲିସର ପୁରା ତଦନ୍ତ ପରେ ହିଁ ମୃତ୍ୟୁ ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।




