ବନ୍ଦେ ଭାରତ ଟ୍ରେନକୁ ପଥର ଫିଙ୍ଗି ୨ ଗିରଫ

ଅନୁଗୁଳ: ଟ୍ରେନ ଉପରକୁ ପଥର ଫିଙ୍ଗିବା ପଡିଲା ମାହାଙ୍ଗା I ପଥର ଫିଙ୍ଗା ଘଟଣାରେ ରେଳବାଇ ସୁରକ୍ଷାବଳ (ଆରପିଏଫ) ହାତରେ ଗିରଫ ହେଲେ ୨ ଜଣ I ସେମାନେ ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳିର ସନ୍ତୋଷ କୁମାର ମହାରଣା (୩୦) ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଈପୁରର ବିଜୟ କୁମାର ଲେଙ୍କା (୪୨)। ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍‌ ମଝିରେ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼ କରାଯାଇଥିଲା I ପଥରଫିଙ୍ଗି […]

Samaya Live Picture
Published On

ଅନୁଗୁଳ: ଟ୍ରେନ ଉପରକୁ ପଥର ଫିଙ୍ଗିବା ପଡିଲା ମାହାଙ୍ଗା I ପଥର ଫିଙ୍ଗା ଘଟଣାରେ ରେଳବାଇ ସୁରକ୍ଷାବଳ (ଆରପିଏଫ) ହାତରେ ଗିରଫ ହେଲେ ୨ ଜଣ I ସେମାନେ ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳିର ସନ୍ତୋଷ କୁମାର ମହାରଣା (୩୦) ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଈପୁରର ବିଜୟ କୁମାର ଲେଙ୍କା (୪୨)। ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍‌ ମଝିରେ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼ କରାଯାଇଥିଲା I ପଥରଫିଙ୍ଗି ଏକଜୁକୁଟିଭ ଚେୟାର କାର କୋଚର ୱିଣ୍ଡୋପେନକୁ କ୍ଷତି ପହଞ୍ଚାଇବା ସହ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଗିରଫ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧାରୋଡ ରେଳବାଇ ପୁଲିସର ସିଆଇବି ଓ ତାଳଚେର ଆରପିଏଫ୍‌ ମିଳିତ ଭାବେ ଆମ୍ବୁସ୍‌ ଚଳାଇଥିବା ବେଳେ ଉଭୟେ ସନ୍ଦିଗ୍ଧ ଅବସ୍ଥାରେ ଧରାପଡ଼ିଥିଲେ । ପଚରାଉଚରା ବେଳେ ଖୁସିରେ ଟ୍ରେନ୍‌କୁ ପଥର ଫିଙ୍ଗିଥିବା ଉଭୟ ମାନି ଯାଇଥିଲେ। ଆଜି ରେଳବାଇ ପୁଲିସ ଅଭିଯୁକ୍ତ ସନ୍ତୋଷ ଓ ବିଜୟଙ୍କୁ ଢେଙ୍କାନାଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ହାଜର କରାଇଥିଲା। ସେଠାରେ ଉଭୟଙ୍କୁ ୩ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ରେଳବାଇ ପୁଲିସ ତରଫରୁ ସି୩ସି-୨୨୫/୨୦୨୩ରେ ରେଳବାଇ ଆକ୍ଟର ୧୫୩, ୧୪୫(ସି) ଓ ୧୪୭ ଦଫାରେ ଏକ ମାମଲା ରୁଜୁ କରାଯାଇଛି।

ସୂଚନାନୁସାରେ,ଗତ ୨୬ ତାରିଖ ସନ୍ଧ୍ୟାରେ ଟ୍ରେନ୍‌ ନଂ-୨୦୮୩୫ ରାଉରକେଲା ଠାରୁ ପୁରୀକୁ ଯାତ୍ରା କରୁଥିବା ସେମି ହାଇ ସ୍ପିଡ୍ ଟ୍ରେନ୍,ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ରବିବାର ସନ୍ଧ୍ୟାରେ ପଥର ମାଡ଼ ହୋଇଥିଲା I ଏଥିରେ ଟ୍ରେନର ୱିଣ୍ଡୋ ପେନ୍ ନଷ୍ଟ ହୋଇଯାଇଥିଲା I ଏନେଇ ଟ୍ରେନ୍‌ ଏସ୍‌କର୍ଟିଙ୍ଗ୍‌ ପାର୍ଟି ରିପୋର୍ଟ କରିଥିଲେ। ଗତ ରବିବାର ସନ୍ଧ୍ୟାରେ ବୁଢାପଙ୍କ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଥିଲା ।

ଖୋର୍ଦ୍ଧା ରୋଡରେ ଥିବା ଆରପିଏଫର କ୍ରାଇମ ଇନଭେଷ୍ଟିଗେସନ୍ ଶାଖା (ସିଆଇବି) ଏବଂ ତାଳଚେର ସ୍ଥିତ ରେଳବାଇ ସୁରକ୍ଷା ବଳ ଥାନାର ମିଳିତ ଭାବରେ ଆମ୍ବୁସ୍ ଚେକ୍ କରିଥିଲା । ଗତକାଲି ସନ୍ଧ୍ୟା ସମୟରେ ଆମ୍ବୁସ୍ ୱାଚ୍ ସମୟରେ ସେମାନେ ଦୁଇଜଣ ସନ୍ଦିଗ୍ଧଙ୍କୁ ଘଟଣାସ୍ଥଳରୁ ଅଟକ ରଖିଥିଲେ ।

Tags: