ଅଟୋ ଚାଳକଙ୍କୁ ହତ୍ୟା ମାମଲାରେ ୨ ଜଣଙ୍କୁ କାରାଦଣ୍ଡ

ଭୁବନେଶ୍ୱର : ଅଟୋ ଚାଳକଙ୍କୁ ହତ୍ୟା ମାମଲାରେ ୨ ଜଣକୁ ଆଜୀବନ କାରାଦଣ୍ଡାଦେଶ । ୨ ଅଭିଯୁକ୍ତ ହେଲେ ମନୋଜ ଦାସ ଏବଂ ଅଶୋକ ଦାସ । ୨୦୨୨ ଅଗଷ୍ଟ ୩୦ ରେ ଭୁବନେଶ୍ୱର ଡିସିପି ଅଫିସ ସାମ୍ନାରେ ଅଟୋ ଚାଲାକ ସୌମ୍ୟରଞ୍ଜନ କୁଣ୍ଡୁଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ଆଜି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ ରାୟ ଶୁଣାଇଛନ୍ତି । ସୂଚନାନୁସାରେ, ପୂର୍ବ ଶତ୍ରୁତାକୁ ନେଇ ୨୦୨୨ ମସିହା ଅଗଷ୍ଟ ୩୦ ତାରିଖରେ ୫/୬ […]

Samaya Live Picture
Published On

ଭୁବନେଶ୍ୱର : ଅଟୋ ଚାଳକଙ୍କୁ ହତ୍ୟା ମାମଲାରେ ୨ ଜଣକୁ ଆଜୀବନ କାରାଦଣ୍ଡାଦେଶ । ୨ ଅଭିଯୁକ୍ତ ହେଲେ ମନୋଜ ଦାସ ଏବଂ ଅଶୋକ ଦାସ । ୨୦୨୨ ଅଗଷ୍ଟ ୩୦ ରେ ଭୁବନେଶ୍ୱର ଡିସିପି ଅଫିସ ସାମ୍ନାରେ ଅଟୋ ଚାଲାକ ସୌମ୍ୟରଞ୍ଜନ କୁଣ୍ଡୁଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ଆଜି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ ରାୟ ଶୁଣାଇଛନ୍ତି ।

ସୂଚନାନୁସାରେ, ପୂର୍ବ ଶତ୍ରୁତାକୁ ନେଇ ୨୦୨୨ ମସିହା ଅଗଷ୍ଟ ୩୦ ତାରିଖରେ ୫/୬ ଜଣ ଭୁବନେଶ୍ୱର ଡିସିପି ଅଫିସ ସାମ୍ନାରେ ଅଟୋ ଚାଳକ ସୌମ୍ୟରଞ୍ଜନ କୁଣ୍ଡୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା।

ସମସ୍ତ ଅଭିଯୁକ୍ତ ପଥରବନ୍ଧ ଅଞ୍ଚଳର ବୋଲି ଜଣା ପଡ଼ିବା ପରେ। ଏହି ମାମଲାର ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ଜଣାଯାଇଛି। ଆଜି ଏହି ମାମଲାର ଆଜି ଶୁଣାଣି ହୋଇଛି।

Tags: