ଜେଲରୁ ୨ କୁଖ୍ୟାତ କଏଦୀ ଫେରାର,୨ ୱାର୍ଡରଙ୍କୁ ନିଲମ୍ବିତ କଲେ ପୋଲିସ ଡିଜି
କଟକ : ଚୌଦ୍ୱାର ଜେଲରୁ ୨ କଏଦୀ ଫେରାର ଘଟଣାରେ ଜେଲ ଡିଜିଙ୍କ କାର୍ଯ୍ୟାନୁଷ୍ଠାନ । ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ କଲେ ଜେଲ୍ ଡିଜି । ଦୁଇ କଏଦୀ ହେଲେ ବିହାରର ରାଜା ଓରଫ ବିକାଶ ସାହାଣୀ ଓ ମଧୁକାନ୍ତ ରାଣା । ଗୁରୁବାର ମଧ୍ୟରାତ୍ରରେ ଦୁଇ ଅପରାଧୀ ପାଚେରୀ ଡେଇଁ ଫେରାର ହୋଇ ଯାଇଥିବା ଜଣାପଡିଛି । ଏନେଇ ସୂଚନା ଦେଲେ ଜେଲ ଡିଜି ସୁଶାନ୍ତ ନାଥ । ଦଶହରା ପାଇଁ […]
କଟକ : ଚୌଦ୍ୱାର ଜେଲରୁ ୨ କଏଦୀ ଫେରାର ଘଟଣାରେ ଜେଲ ଡିଜିଙ୍କ କାର୍ଯ୍ୟାନୁଷ୍ଠାନ । ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ କଲେ ଜେଲ୍ ଡିଜି । ଦୁଇ କଏଦୀ ହେଲେ ବିହାରର ରାଜା ଓରଫ ବିକାଶ ସାହାଣୀ ଓ ମଧୁକାନ୍ତ ରାଣା । ଗୁରୁବାର ମଧ୍ୟରାତ୍ରରେ ଦୁଇ ଅପରାଧୀ ପାଚେରୀ ଡେଇଁ ଫେରାର ହୋଇ ଯାଇଥିବା ଜଣାପଡିଛି । ଏନେଇ ସୂଚନା ଦେଲେ ଜେଲ ଡିଜି ସୁଶାନ୍ତ ନାଥ ।
ଦଶହରା ପାଇଁ ଜେଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ କର୍ମଚାରୀ ଦଶହରା କାର୍ଯ୍ୟକ୍ରମରେ ମସଗୁଲ ଥିଲେ । ଏହାର ସୁଯୋଗ ନେଇ କଟକ ଚୌଦ୍ବାର ଜେଲ୍ ର କାନ୍ଥ ଡେଇଁ ମଧୁକାନ୍ତ ଓ ବିକାଶ ଫେରାର ହୋଇଯାଇଥିଲେ ।
ଏହି ଦୁଇ ଅପରାଧୀ ଗତ ୨୦୨୫ ମସିହା ଜାନୁଆରୀ ୪ ତାରିଖରେ ଯାଜପୁର ପାଣିକୋଇଲି ଅଞ୍ଚଳରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ କରି ଫେରାର ହୋଇଯାଉଥିଲେ । ଏହି ସମୟରେ ଅପରାଧୀଙ୍କ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଉତ୍ୟକ୍ତ ଲୋକଙ୍କ ମାଡ଼ରେ ଜଣେ ଧରାପଡିଥିଲା । ଏହି ଘଟଣାରେ ଯାଜପୁର ରୋଡ୍ ପୋଲିସ ଦୁଇ ଅପରାଧୀଙ୍କୁ ଗିରଫ କରି ଚୌଦ୍ୱାର ଜେଲ୍କୁ ପଠାଇଥିଲା । ସେହିଦିନ ଠାରୁ ସେମାନେ ଚୌଦ୍ୱାର ଜେଲ୍ରେ ରହି ଆସୁଥିଲେ । ହେଲେ ଗତ ଗୁରୁବାର ମଧ୍ୟରାତ୍ରିରେ ସେମାନେ ରହୁଥିବା ୱାର୍ଡର ରଡ୍ କାଟି ଓ ପାଖରେ ଥିବା କମଳ ଓ ପ୍ୟାଣ୍ଟକୁ କାଟି ବାନ୍ଧି ପଚିରୀ ଡେଇଁ ଫେରାର ହେବାରେ ସଫଳ ହୋଇଛନ୍ତି । ଫେରାର ହେବା ଘଟଣା ଜଣାପଡିବା ପରେ ଶୁକ୍ରବାର ସକାଳୁ ଜେଲ୍ କର୍ତ୍ତୃପକ୍ଷ ଚୌଦ୍ୱାର ଥାନାକୁ ଜଣାଇଥିଲେ । ପରେ ଜେଲ୍ ଡିଜି, ଅନୁସନ୍ଧାନକାରୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଜେଲ୍ରେ ପହଞ୍ଚି ଅନୁଧ୍ୟାନ କରିବା ସହ ଦୁଇ ଜଣ ଓ୍ବାର୍ଡେନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ଜେଲ୍ ଡିଜି ପ୍ରତିକ୍ରିୟା ରଖିଛନ୍ତି । କଟକ ରେଞ୍ଜ୍ ଡିଆଇଜିଙ୍କୁ ତଦନ୍ତ ପାଇଁ ଜେଲ୍ ବିଭାଗ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।




