ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୨ ନକ୍ସଲ

ବୌଦ୍ଧ :ନିର୍ବାଚନ ପୂର୍ବରୁ ସୀମାନ୍ତରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ I ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୨ ନକ୍ସଲ I ବୌଦ୍ଧରେ ହୋଇଛି ବଡ଼ ଧରଣର ମାଓ ଅପରେସନ I କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଆଜି ସକାଳେ ହୋଇଛି ଏହି ଅପରେସନ । ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଏହି ମାଓ ଅପରେସନ I ସୂଚନାନୁସାରେ, ପଢେଲ ଜଙ୍ଗଲରେ ୪୦ରୁ ୫୦ ମାଓବାଦୀ ଲୁଚି ରହିଥିବା ସୁରକ୍ଷା ବାହିନୀଙ୍କୁ […]

Samaya Live Picture
Published On

ବୌଦ୍ଧ :ନିର୍ବାଚନ ପୂର୍ବରୁ ସୀମାନ୍ତରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ I ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୨ ନକ୍ସଲ I ବୌଦ୍ଧରେ ହୋଇଛି ବଡ଼ ଧରଣର ମାଓ ଅପରେସନ I କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଆଜି ସକାଳେ ହୋଇଛି ଏହି ଅପରେସନ । ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଏହି ମାଓ ଅପରେସନ I

ସୂଚନାନୁସାରେ, ପଢେଲ ଜଙ୍ଗଲରେ ୪୦ରୁ ୫୦ ମାଓବାଦୀ ଲୁଚି ରହିଥିବା ସୁରକ୍ଷା ବାହିନୀଙ୍କୁ ଖବର ମିଳିଥିଲା। ଏହାପରେ ଏସଓଜି ଯବାନଙ୍କ ଦ୍ଵାରା କମ୍ବିଂ ଅପରେସନକୁ ଆରମ୍ଭ କରାଯାଇଥିଲା। ସୁରକ୍ଷାବାହିନୀଙ୍କୁ ଦେଖି ନକ୍ସଲ ମାନେ ଅତର୍କିତ ଭାବରେ ଗୁଳିମାଡ କରିଥିଲେ। ତେବେ ସୁରକ୍ଷାବାହିନୀର ପାଲଟା ଆକ୍ରମଣରେ ଦୁଇ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି। ତା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସମାଗ୍ରୀ ମଧ୍ୟ ଜବତ ହୋଇଛି। ଘଟଣା ପରେ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ମେ ୧୩ ତାରିଖରୁ ରାଜ୍ୟରେ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଏହାର ଦିନ କେଇଟା ପୂର୍ବରୁ ମାଓ ଅପରେସନ୍ ହୋଇଛି।

ସେହିଭଳି କିଛି ଦିନ ପୂର୍ବେ ଛତିଶଗଡ଼ରେ ହୋଇଥିବା ବଡ଼ ଧରଣର କମ୍ବି ଅପରେସନରେ ୨୯ ନକ୍ସଲ ସଫା ହୋଇ ଯାଇଥିଲେ। ଏହାପରେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ବହୁ ନକ୍ସଲ ଓଡ଼ିଶାମୁହାଁ ହୋଇଥିବା ସୂଚନା ମିଳିଥିଲା। ତେଣୁ ଓଡ଼ିଶା ସୀମାରେ ଚେକିଂ,ବ୍ଲକିଂ, କମ୍ବିକୁ ଜୋରଦାର କରାଯାଇଛି।

Tags: