ବିଷ ପିଇଲେ ୨ ନାବାଳିକା,ଜଣେ ମୃତ ଜଣେ ଗୁରୁତର

ରାୟଗଡା: ଆଜି ପୂର୍ବାହ୍ନରେ ରାୟଗଡାରେ ଘଟିଛି ଏକ ଅଭାବନୀୟ ଘଟଣା I ଘରେ କେହି ନଥିବାବେଳେ ବିଷ ପିଇ ଦେଲେ ୨ ଜଣ ନାବାଳିକା I ଏହା ଜଣାପଡିବାପରେ ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଲନରା ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ […]

Samaya Live Picture
Published On

ରାୟଗଡା: ଆଜି ପୂର୍ବାହ୍ନରେ ରାୟଗଡାରେ ଘଟିଛି ଏକ ଅଭାବନୀୟ ଘଟଣା I ଘରେ କେହି ନଥିବାବେଳେ ବିଷ ପିଇ ଦେଲେ ୨ ଜଣ ନାବାଳିକା I ଏହା ଜଣାପଡିବାପରେ ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଲନରା ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ରହିଛି । ବିଷ ପାନ କରିବାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ଘଟନାନୁସାରେ ରାୟଗଡା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଉତୁକାପାଡୁ ଗ୍ରାମରେ ୨ ନାବାଳିକା ସଂଗୀତା ହେପୃକା ଓ ସଂଗୀତା ଉଭୟେ ସ୍କୁଲ ସାଙ୍ଗ I ଖରା ଛୁଟିଥିବାରୁ ଶିବାନୀ, ସଙ୍ଗୀତାଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଯାଇଥିଲେ । ଘରେ କେହି ନଥିବା ସମୟରେ ଉଭୟ ସାଙ୍ଗ କଥାବାର୍ତା ହୋଇ ବିଷ ପିଇ ଦେଇଥିଲେ। ଫଳରେ ଚେତା ହରାଇ ଉଭୟ ତଳେ ପଡ଼ି ଯାଇଥିଲେ। ସାହି ପଡ଼ିଶାଙ୍କଠାରୁ ଖବର ପାଇ ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଲନରା ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି I ଏହି ଘଟଣାରେ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳି ପାରିନଥିବାବେଳେ ରାୟଗଡା ପୋଲିସ ଘଟଣା ସ୍ଥଳରେ ପହଁଚିଛି I

Tags: