ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
ବାଲିଗୁଡା : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ। ବୁଡ଼ାଗୁଡ଼ା ସଂରକ୍ଷିତ ଜଙ୍ଗଲରେ କୁମ୍ବିଂବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ହୋଇଥିଲେ ମୁହାଁମୁହିଁ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁମୁକିଆ ପଞ୍ଚାୟତ ଇନ୍ଦ୍ରିସୁଗା ପାହାଡ଼ରେ ଗୁଳିବିନିମୟ ଘଟିଥିଲା । ଗୁଇନ୍ଦା ସୂଚନା ଆଧାରରେ ଇନ୍ଦ୍ରିସୁଗା ପାହାଡ଼ରେ କିଛି ମାଓବାଦୀମାନେ ଲୁଚିଥିବା ନେଇ ଖବର ମିଳିଥିଲା । ୨ ଦିନ ହେଲା ଅପରେସନ ଚଳାଇଥିଲେ ସୁରକ୍ଷାକର୍ମୀ। ସୋମବାର ଅପରେସନ ସମୟରେ ମାଓବାଦୀ ସୁରକ୍ଷାକର୍ମୀଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଂକ […]
ବାଲିଗୁଡା : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ। ବୁଡ଼ାଗୁଡ଼ା ସଂରକ୍ଷିତ ଜଙ୍ଗଲରେ କୁମ୍ବିଂବେଳେ ସୁରକ୍ଷାକର୍ମୀ ଓ ମାଓବାଦୀ ହୋଇଥିଲେ ମୁହାଁମୁହିଁ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁମୁକିଆ ପଞ୍ଚାୟତ ଇନ୍ଦ୍ରିସୁଗା ପାହାଡ଼ରେ ଗୁଳିବିନିମୟ ଘଟିଥିଲା ।
ଗୁଇନ୍ଦା ସୂଚନା ଆଧାରରେ ଇନ୍ଦ୍ରିସୁଗା ପାହାଡ଼ରେ କିଛି ମାଓବାଦୀମାନେ ଲୁଚିଥିବା ନେଇ ଖବର ମିଳିଥିଲା । ୨ ଦିନ ହେଲା ଅପରେସନ ଚଳାଇଥିଲେ ସୁରକ୍ଷାକର୍ମୀ। ସୋମବାର ଅପରେସନ ସମୟରେ ମାଓବାଦୀ ସୁରକ୍ଷାକର୍ମୀଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଂକ ଗୁଳିରେ ୨ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି ।




