ଯବାନଙ୍କ ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ
ମାଲକାନଗିରି : ଛତିଶଗଡ ସୁକମା ଭେଜାଇ ଜଙ୍ଗଲରେ ଯବାନଙ୍କ ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ I ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ଡିଆରଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ଜଣାପଡିଛି । ଏହାସହ ଏହାର ଆଖାପାଖ ଇଲାକାରେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଥିବା କହିଛିି ସୁକମା ପୁଲିସ । ନିହତ ହୋଇଥିବା ୨ ମାଓବାଦୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। LOS କମାଣ୍ଡର ମଡକମ ନାଁରେ ୮ ଲକ୍ଷ ଓ […]
ମାଲକାନଗିରି : ଛତିଶଗଡ ସୁକମା ଭେଜାଇ ଜଙ୍ଗଲରେ ଯବାନଙ୍କ ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ I ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ଡିଆରଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ଜଣାପଡିଛି । ଏହାସହ ଏହାର ଆଖାପାଖ ଇଲାକାରେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଥିବା କହିଛିି ସୁକମା ପୁଲିସ ।
ନିହତ ହୋଇଥିବା ୨ ମାଓବାଦୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। LOS କମାଣ୍ଡର ମଡକମ ନାଁରେ ୮ ଲକ୍ଷ ଓ ମହିଳା ମାଓବାଦୀ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଆଜି ସକାଳୁ DRG ଯବାନ ମାଓ ଅପରେସନ କରି ଫେରୁଥିବା ବେଳେ ଦନ୍ତେସପୁରମ୍ ଜଙ୍ଗଲରେ ମାଓବାଦୀମାନେ ଯବାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଯବାନମାନେ ମଧ୍ୟ ଫାୟାରିଂ କରିଥିଲେ। ଦୀର୍ଘ ସମୟ ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ହୋଇଥିଲା। ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ।




